କରୋନା ମାମଲାରେ ଖୁବ ଶୀଘ୍ର ଚୀନକୁ ଟପିବ ଭାରତ
ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବାଲବେଳେ ଅନ୍ୟପଟେ ଚୀନର ମୋଟ ମାମଲା ଠାରୁ ଭାରତ ଆଉ ଅଳ୍ପ କିଛି ଦୂରରେ ରହିଛି । ଲକ୍ଡାଉନର ତୃତୀୟ ପର୍ଯ୍ୟନ୍ତ ଶେଷ ହେବାକୁ ଯାଉଛି, ଏହା ସତ୍ତ୍ୱେ ମଧ୍ୟ ଭାରତ କରୋନାକୁ ନିୟନ୍ତ୍ରଣରେ ଆଣି ପାରି ନାହିଁ । ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାରକୁ ପାର କରି ସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯୬୭ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହି ଭାଇରସର ସଂକ୍ରମଣ କାରଣରୁ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ , ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୯୭୦ରେ ଆସି ପହଞ୍ଚିଛି ।
ବର୍ତ୍ତମାନ ସୁଧା ଏହି ଭାଇରସର ସଂକ୍ରମଣ କାରଣରୁ ୨୬୪୯ ଜଣଙ୍କ ମୃତ୍ୟୁ ଘଟିଛି । କରୋନାର ମୋଟ ୮୧୯୭୦ଟି ମାମଲା ମଧ୍ୟରୁ ୫୧୪୦୧ଟି ଆକ୍ଟିଭ କେସ ରହିଛି । ସେପଟେ ୨୭୯୨୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । କରୋନା ଭାଇରସ ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ଘଟିଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୧୦୧୯ରେ ଆସି ପହଞ୍ଚିଲାଣି । ଏଠାରେ ମୋଟ ସଂକ୍ରମିତଙ୍କ ୨୭୫୨୪ରେ ଆସି ପହଞ୍ଚିଲାଣି ।
ପ୍ରକାଶ ଥାଉକି, ଚୀନରେ ୮୨,୯୩୩ଟି କରୋନା ସଂକ୍ରମିତ ମାମଲା ସାମନାକୁ ଆସିଥିବାବେଳେ ଏହା ଭାରତ ଠାରୁ ମାତ୍ର ଅଳ୍ପ ଅଧିକ ଅଟେ ।
Comments are closed.