ଲକ୍ଡାଉନ ମଧ୍ୟରେ ନିଜର ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ କଲେ ‘ଆଶା ଭୋସଲେ’
ସଲମାନ ଖାନଙ୍କ ପରେ ବର୍ତ୍ତମାନ ଆଶା ଭୋସଲେ ଏହି ଲକ୍ଡାଉନ ମଧ୍ୟରେ ନିଜର ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି । ଆଶା ଭୋସଲେ ଟ୍ୱିଟ କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ଆଶା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ୬୪ ତମ ଜନ୍ମଦିନ ଅବସରରେ ନିଜର ଏହି ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି । ଆଶା, ଶ୍ରୀ ଶ୍ରୀ ରବି ଶଙ୍କର ଜନ୍ମଦିନରେ ତାଙ୍କ ପାଇଁ ଏକ ଗୀତ ଗାଇ ଏହି ଚ୍ୟାନେଲର ଶୁଭାରମ୍ଭ କଲେ ।
ଏହି ଅବସରରେ ଆଶା କହିଛନ୍ତି ଯେ, “ଲକ୍ଡାଉନରେ ମୁଁ ଦେଖିବାକୁ ପାଇଲି ଯେ, ପିଲାମାନେ ଘରେ ରହିକରି ଇଣ୍ଟରନେଟରେ ନିଜର କାମ କରୁଛନ୍ତି । ସେମାନଙ୍କ ଦ୍ୱାରା ମୁଁ ଏହି ସଂପର୍କରେ ଜାଣିବା ପାଇଁ ପ୍ରୟାସ କଲି ଏବଂ ଦେଖିବାକୁ ପାଇଲି ଯେ, ଏହା ବିରାଟ ବଡ ଦୁନିଆ ଅଟେ ଏବଂ ମୋତେ ଏଠାକୁ ଆସିବାକୁ ପଡିବ । ”
Premiering today on my newly launched YouTube channel
Sri Sri Ravishankar Ji Birthday Song by Asha Bhosle
I'll soon be sharing my personal stories, recording experiences and lots more on my channel so do subscribe if you don't want to miss out
— ashabhosle (@ashabhosle) May 13, 2020
ସେ ଆହୁରୀ କହିଛନ୍ତି , “ମୁଁ ସଙ୍ଗୀତ ସଂପର୍କରେ ଯାହା ସବୁ ଶିଖିଛି, ତାହା ସମସ୍ତଙ୍କ ସହ ସେୟାର କରିବି । କିଛି ଗୀତ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରାଇବି । ଏହା ମୋ ପାଇଁ ନୂଆ ପର୍ଯ୍ୟାୟ । ସେହିଭଳି ବର୍ତ୍ତମାନ ସମୟ କିଛି ଠକ୍ ନାହିଁ । ଆଶା କରୁଛି କି ଲୋକମାନେ ଏହା ଦ୍ୱାରା ଅଳ୍ପ ସକାରାତ୍ମକ ଅନୁଭବ କରିବେ ।”
Comments are closed.