୧୫ ମେ’ରୁ ସ୍ପେଶାଲ ଟ୍ରେନ ପାଇଁ ୱେଟିଙ୍ଗ ଟିକେଟ ହେବ ଜାରି, ୨୨ ମେ’ ପରଠାରୁ ଯାତ୍ରୀଙ୍କ ପାଇଁ ହେବ ଲାଗୁ
ସ୍ୱତନ୍ତ୍ର ଏସି ଟ୍ରେନ ପାଇଁ ଆସନ୍ତା ଶୁକ୍ରବାରରୁ ବୋର୍ଡିଙ୍ଗ ଟିକେଟ ଗୁଡିକର ବୁକିଙ୍ଗ ଆରମ୍ଭ ହେବ । କେବଳ ଏତିକି ନୁହେଁ, ରେଳ ବିଭାଗ ଆହୁରୀ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ଯୋଜନା କରୁଛି, ଯେଉଁଥିରେ ସ୍ଲିପର କୋଚ ମଧ୍ୟ ରହିଛି । ବର୍ତ୍ତମାନ ଦିଲ୍ଲୀରୁ ଦେଶର ୧୫ ଟି ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚାଲୁଥିବାବେଳେ ତାହା କିନ୍ତୁ ସ୍ଲିପର କୋଚ ନୁହେଁ । ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନରେ ବୁଧବାର ସନ୍ଧ୍ୟା ସୁଧା ୧୮ ହଜାର ଯାତ୍ରୀ ଯାତ୍ରା କରି ସାରିଛନ୍ତି ଏବଂ ଆଇଆରସିଟିସିରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ ବିକ୍ରି ମଧ୍ୟ ହୋଇ ସାରିଛି ।
୧୫ ମେ’ ଅର୍ଥାତ ଶୁକ୍ରବାର ଠାରୁ ଆପଣ ଆଇଆରସିଟିସି ୱେବସାଇଟ କିମ୍ବା ଏହାର ଆପ ଦ୍ୱାରା ଯଦି ଟିକେଟ ବୁକିଂ କରୁଛନ୍ତି ତେବେ ଆପଣଙ୍କୁ ୱେଟିଙ୍ଗ ଟିକେଟ ବି ମିଳିବ । ବର୍ତ୍ତମାନ କେବଳ କନଫର୍ମ ଟିକେଟର ବୁକିଂ ହେଉଛି । ଏସି ସ୍ପେଶାଲ ଟ୍ରେନ ମାନଙ୍କରେ ୱେଟିଙ୍ଗ ତାଲିକା ବିଶିଷ୍ଟ ଟିକେଟ ୨୨ ମେ’ କିମ୍ବା ଏହା ପରେ ଯାତ୍ରାମାନଙ୍କ ପାଇଁ ଉପଲବ୍ଧ ହେବ । ଏସି ଚେୟାରକାର ଏବଂ ୩ ଏସିରେ ସର୍ବାଧିକ ୧୦୦-୧୦୦ ୱେଟିଙ୍ଗ ଟିକେଟ ଏବଂ ୨ ଏସିରେ ୫୦ ୱେଟିଙ୍ଗ ଟିକେଟ ଜାରି ହେବ । ଏକଜ୍ୟୁକେଟିଭ କ୍ଲାସ ଏବଂ ୧ଏସିରେ ସର୍ବାଧିକ ୨୦-୨୦ ୱେଟିଙ୍ଗ ଟିକେଟ ଜାରି ରହିବ ।
ରେଳ ବିଭାଗ କାଲି ଠାରୁ ୱେଟିଙ୍ଗ ଟିକେଟ ମଧ୍ୟ ଜାରି କରିଛନ୍ତି କିନ୍ତୁ ଏସି ଟିକେଟଧାରୀ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳି ନାହିଁ । ଚାର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଯେଉଁ ୱେଟିଙ୍ଗ ଟିକେଟ କନଫର୍ମ ହୋଇଯାଇଛି କେବଳ ସେହିମାନେ ହିଁ ଯାତ୍ରା କରିପାରିବେ ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ଯାତ୍ରୀଙ୍କର ଥର୍ମାଲ ଟେଷ୍ଟିଙ୍ଗ ପରେ ହିଁ ତାଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ । ଯଦି ଯାତ୍ରା ପୂର୍ବରୁ କୌଣସି ଯାତ୍ରୀଙ୍କ ଠାରେ କରୋନା ସମ୍ବୋନ୍ଧିୟ ଲକ୍ଷଣ ଦେଖାଯାଉଛି ତେବେ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ସମ୍ବନ୍ଧିତ ଯାତ୍ରୀଙ୍କ ଟିକେଟ ମୂଲ୍ୟ ସଂପୂର୍ଣ୍ଣ ଫେରସ୍ତ ମଧ୍ୟ କରାଯିବ ।
Comments are closed.