ଗ୍ୟାଲେକ୍ସି ସ୍ମାର୍ଟଫୋନ ପାଇଁ ସାମସଙ୍ଗର ଫାଇନାନ୍ସ+ ହୋମ ଡେଲିଭରୀ ସର୍ଭିସ
ଭୁବନେଶ୍ୱର: ଭାରତର ସର୍ବବୃହତ୍ ଓ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍ସଙ୍ଗ ପକ୍ଷରୁ ଏହାର ସର୍ବାଧିକ ଲୋକପ୍ରିୟ ସେବା – ସାମ୍ସଙ୍ଗ ଫାଇନାନ୍ସ+ର ହୋମ୍ ଡେଲିଭରି ଆରମ୍ଭ କରାଯାଇଛି, ଯାହାଫଳରେ ଏହାକୁ ଗ୍ରାହକଙ୍କ ପାଇଁ ଘରେ ରହି ସହଜ ଋଣ ସହ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବା ଆହୁରି ସରଳ ହୋଇଯାଇଛି । ସାମ୍ସଙ୍ଗ ଫାଇନାନ୍ସ+ ହେଉଛି ଏକ ସ୍ୱତନ୍ତ୍ର ଓ ସାର୍ବଜନିନ ଭାବେ ଉପଲବ୍ଧ ଡିଜିଟାଲ ଲେଣ୍ଡିଙ୍ଗ୍ ପ୍ଲାଟ୍ଫର୍ମ, ଯାହାକି ଭାରତରେ ଗ୍ରାହକମାନଙ୍କୁ ସାମ୍ସଙ୍ଗ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବା ପାଇଁ ସହଜ ଋଣ ସୁଯୋଗ ପ୍ରଦାନ କରିଥାଏ ।
ସାମ୍ସଙ୍ଗ ଫାଇନାନ୍ସ+ ସର୍ଭିସ୍ ବର୍ତମାନ ଦେଶର ପ୍ରାୟ ୩୦୦ ସହରରେ ୧୨,୦୦୦ ଡିଲର୍ଙ୍କ ନିକଟରେ ଉପଲବ୍ଧ । ଏହି ସାମ୍ସଙ୍ଗ ଫାଇନାନ୍ସ+ ସର୍ଭିସ୍ ପାଇବା ପାଇଁ ଗ୍ରାହକଙ୍କୁ ପୂର୍ବରୁ ନିର୍ଦ୍ଧିଷ୍ଟ ଡିଲରସିପ୍କୁ ଯିବାକୁ ପଡୁଥିଲା । କିନ୍ତୁ ଏବେ ସାମାଜିକ ଦୂରତା ନିୟମର ପାଳନକୁ ସୁନିଶ୍ଚିତ କରିବା ଲାଗି ସାମସଙ୍ଗ ଏହାର ସାମ୍ସଙ୍ଗ ଫାଇନାନ୍ସ+ ସର୍ଭିସ୍କୁ ଗ୍ରାହକଙ୍କ ପାଇଁ ହୋମ୍ ଡେଲିଭରି ମାଧ୍ୟମରେ ପହଂଚାଇଛି । ଋଣରେ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିବା ଉପଭୋକ୍ତା ସେମାନଙ୍କର ପଡୋଶୀ ଡିଲରଙ୍କୁ ସମ୍ପର୍କ କରିପାରିବେ । ଡିଲର ପରେ ଉକ୍ତ ଗ୍ରାହକଙ୍କ ଘରକୁ ଜଣେ ସାମ୍ସଙ୍ଗ ପ୍ରମୋଟର୍ଙ୍କୁ ପଠାଇବେ । ସାମ୍ସଙ୍ଗ ପ୍ରମୋଟର ଗ୍ରାହକଙ୍କୁ ନିଜ ଘରେ ବସି ଆରାମରେ ସମ୍ପୂର୍ଣ୍ଣ ଋଣ ଯାତ୍ରା ସମ୍ପର୍କରେ ବୁଝିବାରେ ସହଯୋଗ କରିବେ । ଏକ ସାଧାରଣ କେୱାଇସି ଭେରିଫିକେସନ ଓ କ୍ରେଡିଟ୍ ସ୍କୋରିଙ୍ଗ୍ ପାଇଁ ଫର୍ମରେ ବ୍ୟକ୍ତିଗତ ତଥ୍ୟ ଫିଲିଙ୍ଗ୍ କରିବା ପରେ ଗ୍ରାହକ ବିଭିନ୍ନ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ ଉପରେ ଥିବା ଏକାଧିକ ଅଫର୍ ପାଇପାରିବେ ।
ଏସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍ନେସ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ମୋହନଦୀପ୍ ସିଂହ କହିଛନ୍ତି, “ସାମ୍ସଙ୍ଗ ଫାଇନାନ୍ସ+ର ହୋମ୍ ଡେଲିଭରି ଆମର ଉପଭୋକ୍ତାମାନଙ୍କୁ ସେମାନଙ୍କ ଘରେ ରହି ସୁବିଧାରେ ସହଜ ଋଣ ସହ ନିଜ ପସନ୍ଦର ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବାକୁ ସକ୍ଷମ କରିବ । ସାମ୍ସଙ୍ଗ ଫାଇନାନ୍ସ+ ହେଉଛି ଆର୍ଥିକ ସମାବେଶ ଓ ଡିଜିଟାଲ ଇଣ୍ଡିଆ ପ୍ରତି ଆମର ‘ମେକ୍ ଫର୍ ଇଣ୍ଡିଆ’ ଅଭିଯାନ ।” ସାମ୍ସଙ୍ଗ ଭାରତରେ ଏହାର ସାମ୍ସଙ୍ଗ ଫାଇନାନ୍ସ+ ସର୍ଭିସ୍ ପାଇଁ ଡିଏମ୍ଆଇ ଫାଇନାନ୍ସ ସହ ସହଭାଗିତା କରିଛି । ଡିଏମ୍ଆଇ ଫାଇନାନ୍ସ ହେଉଛି ସମସ୍ତ ଗ୍ରାହକଙ୍କ ପାଇଁ ଋଣ ବିତରଣ କରିବାରେ ଟେକ୍ନୋଲୋଜିର ବ୍ୟବହାର କ୍ଷେତ୍ରରେ ଏକ ଅଗ୍ରଦୂତ । ଡିଏମ୍ଆଇର ସହସଂସ୍ଥାପକ ଶିବାଶିଷ ଚାଟାର୍ଜୀଙ୍କ କହିବା ଅନୁସାରେ, “ବର୍ତମାନର ସଙ୍କଟ ସମୟ ଯେତେସମ୍ଭବ ଲୋକଙ୍କୁ ବାଧାହୀନ ଋଣ ପ୍ରଦାନ କରିବାରେ ଡିଏମ୍ଆଇର ସଙ୍କଳ୍ପକୁ କେବଳ ଅଧିକ ମଜଭୁତ କରିଛି । ଆମେ ସଫଳ ଫାଇନାନ୍ସ+ ପ୍ରୋଗ୍ରାମକୁ ହୋମ୍ ସର୍ଭିସ୍କୁ ସମ୍ପ୍ରସାରିତ କରିବାରେ ସାମ୍ସଙ୍ଗ ସହ ସହଭାଗିତା କରି ଗର୍ବ ଅନୁଭବ କରୁଛୁ ।”
Comments are closed.