କିଙ୍ଗସ ଏକାଦଶ ପଞ୍ଜାବକୁ ନେଇ ବିସ୍ଫୋରକ ବୟାନ ଦେଲେ ଯୁବରାଜ

Share It

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଯୁବରାଜ ସିଂହ ନିଜର ପୁରୁଣା ଦଳ କିଙ୍ଗସ ଏକାଦଶ ପଞ୍ଜାବକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଯୁବରାଜ ସିଂହ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିଲେ । ପୂର୍ବତ୍ତନ ଅଲରାଉଣ୍ଡର କହିଛନ୍ତି ଯେ, ସେ କିଙ୍ଗସ ଏକାଦଶ ପଞ୍ଜାବକୁ ଛାଡିବା ପାଇଁ ଚାହୁଁଥିଲେ ଏବଂ ଟିମ ମ୍ୟାନେଜମେ ମଧ୍ୟ ସେହି ସମୟରେ ତାଙ୍କୁ ପସନ୍ଦ କରୁନଥିଲେ । ପଞ୍ଜାବରେ ଜନ୍ମିତ ଯୁବରାଜଙ୍କ ପ୍ରଥମ ଆଇପିଏଲ ଟିମ କିଙ୍ଗସ ଏକାଦଶ ପଞ୍ଜାବ ଅଟେ । ଯୁବରାଜ ଏହି ଦଳ ପାଇଁ ଅଧିନାୟକତ୍ୱ ମଧ୍ୟ କରି ସାରିଛନ୍ତି । ଏହା ପରେ ଯୁବରାଜ ପୁଣେ ୱାରିୟର୍ସ ହାତ ଧରିବା ସହ ଦଳର ଅଧିନାୟତ୍ୱ ପଦବୀ ମଧ୍ୟ ସମ୍ଭାଳୀଥିଲେ ।
କିଙ୍ଗସ ଏକାଦଶ ପଞ୍ଜାବ ସହ ନିଜର ଅନୁଭୂତି ବଖାଣିବାକୁ ଯାଇ ଯୁବରାଜ କହିଛନ୍ତି ଯେ, “ମୋ ପାଇଁ ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଖେଳିବାର ଅନୁଭୂତି ଭଲ ନଥିଲା । ଦଳର କାମ ପରିଚାଳନା କରିବା ଶୈଳୀ ମୋତେ ପସନ୍ଦ ନଥିଲା । ମୋତେ କେବଳ ପଞ୍ଜାବ ଦଳର ଆଉଟଫିଟ ଛଡା ବାକି ଅନ୍ୟ ଜିନିଷ କିଛି ପସନ୍ଦ ନଥିଲା । ଏଥିପାଇଁ ମୁଁ ଏହି ଦଳରୁ ପଳାଇବା ପାଇଁ ଚାହୁଁଥିଲି । ପରିଚାଳନା କମିଟି ମଧ୍ୟ ମୋତେ ପସନ୍ଦ କରୁନଥିଲେ । ମୁଁ ଯାହା କହୁଥିଲି ସେମାନେ ସେହିଭଳି କିଛି କରୁନଥିଲେ । ଏବଂ ମୁଁ ଯେତେବେଳେ ଦଳର ହାତ ଛାଡିଲି ସେତେବେଳେ ଦଳ ସେହି ସମସ୍ତଙ୍କୁ କିଣିଥିଲା ମୁଁ ଯେଉଁମାନଙ୍କୁ ପୂର୍ବରୁ କିଣିବା ପାଇଁ କହୁଥିଲି । ମୁଁ ପଞ୍ଜାବକୁ ଭଲ ପାଏ କିନ୍ତୁ ଦଳର ପରିଚାଳନା କମିଟିର କାମ କରିବା ଶୈଳୀ ମୋତେ ଜମାରୁ ପସନ୍ଦ ନଥିଲା ।”
ପ୍ରକାଶ ଥାଉକି, ଯୁବରାଜ କିଙ୍ଗସ ଏକାଦଶ ପଞ୍ଜାବ ସମେତ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଦିଲ୍ଲୀ ଡେୟାରଡେଭିଲ୍ସ, ସନରାଇଜର ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସାରିଛନ୍ତି ।


Share It

Comments are closed.