ଦେଶରେ ୨୪ ଘଣ୍ଟାରେ ୩୫୨୫ଟି ନୂଆ ମାମଲା, ୧୨୨ ମୃତ

Share It

କରୋନା ଭାଇରସର ପ୍ରକୋପ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଜାରି ରହିଥିବାବେଳେ ଅନ୍ୟପଟେ ଦେଶରେ ଆଗକୁ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିବା ବୋଲି ଅନଔପଚାରିକ ଭାବେ ଘୋଷଣା ମଧ୍ୟ କରାଯାଇଛି । କିନ୍ତୁ ଏତେ ସବୁ ବାଦ ଦେଶରେ କରୋନା ଭାଇରସ ପ୍ରକୋପ ଥମିବାର ନାମ ନେଉ ନାହିଁ । ଦେଶରେ ୨୪ ଘଣ୍ଟାରେ କରୋନା ଭାଇରସ ଜନିତ ନୂଆ ମାମଲା ୩୫୨୫ରେ ଆସି ପହଞ୍ଚିଥିବାବେଳେ ଏଥିରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୨୮୧ରେ ଆସି ପହଞ୍ଚିଥିବାବେଳେ ଏଥି ମଧ୍ୟରୁ ୪୭୪୮୦ଟି ଆକ୍ଟିଭ କେସ ରହିଛି ।
ସେହିଭଳି ୨୪୩୮୬ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଇ ଦିଆଯାଇଛି । କରୋନା ଭାଇରସରେ ସର୍ବାଧିକ ୯୨୧ ଜଣଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏହି ରାଜ୍ୟରେ କରୋନା ସଂକ୍ରମିତଙ୍କ ୨୪୪୨୭ରେ ଆସି ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୭୮୬ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।
ସେହିଭଳି ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢିବରେ ଲାଗିଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୭୬୩୯ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୨୫୧୨ ଜଣ ସୁସ୍ଥ ହୋଇ ଛନ୍ତି । ସେହିଭଳି ଗୁଜୁରାଟରେ ସଂକ୍ରମିତଙ୍କ ସଂଖ୍ୟା ୮୯୦୩କୁ ଛୁଇଁଥିବାବେଳେ ଏମାନଙ୍କ ମଧ୍ୟରୁ ୩୨୪୬ ଜଣ ସୁସ୍ଥ ହୋଇଛନ୍ତି । ଗୁଜୁରାଟରେ ଏହି ଭାଇରସର ସଂକ୍ରମଣ କାରଣରୁ ୫୩୭ ଜଣଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପଟେ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୭୩କୁ ଛୁଇଁଥିବାବେଳେ ଏଠାରେ ମାତ୍ରା ୧୯୮ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ପଶ୍ଚିମବଙ୍ଗରେ ୬୧୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୨୬ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୨୩୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.