ସ୍ୱଦେଶ ଫେରିବା ପାଇଁ ଚାହୁଁ ନାହାନ୍ତି ଭାରତରେ ଫସିଥିବା ଜର୍ମାନ ବ୍ୟକ୍ତି

Share It

ମହାମାରୀ କରୋନା ଭାଇରସର ପ୍ରକୋପକୁ ପ୍ରତିହତ କରିବା ପାଇଁ ବିମାନ ଯାତ୍ରାରେ ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଜଣେ ଜର୍ମାନ ନାଗରିରକ ୧୮ ମାର୍ଚ୍ଚରୁ ଦିଲ୍ଲୀ ବିମାନ ବନ୍ଦରର ଟ୍ରାଞ୍ଜିଟ ଅଞ୍ଚଳରେ ରହୁଛନ୍ତି । ଦୀର୍ଘ ୫୫ ଦିନ ହେବ ଏହି ଅଞ୍ଚଳରେ ରହୁଥିବା ଏହି ୪୦ ବର୍ଷିକ ଜର୍ମାନ ନାଗରିକଙ୍କୁ ସ୍ୱଦେଶ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ବର୍ତ୍ତମାନ ତାଙ୍କୁ ଭାରତ ଛାଡିବ ନୋଟିସ ଜାରି କରାଯାଇଛି । ଏହି ଜର୍ମାନୀ ବ୍ୟକ୍ତିଙ୍କ ଉପରେ ଜର୍ମାନରେ ଅପରାଧିକ ମାମଲା ରୁଜୁ ହୋଇଛି ।
ଅଧିକାରୀ କହିଛନ୍ତି ଯେ, ଏହି ବ୍ୟକ୍ତିଙ୍କ ନାମ ଏଡଗାର୍ଡ ଜେବୋଟ ଥିବାବେଳେ ଭାରତରେ ଲକଡାଉନ ଉଠିବା ପର୍ଯ୍ୟନ୍ତ ସେ ଭାରତରେ ରହିବା ପାଇଁ ଅନୁରୋଧ କରୁଛନ୍ତି । ସେପଟେ ଜର୍ମାନ ଦୂତାବାସର ଜଣେ ପ୍ରବକ୍ତା କହିଛନ୍ତି ଯେ, “ଜେବୋଟଙ୍କୁ ଜର୍ମାନ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ।”
ଏହା ବାଦ ଅଧିକାରୀ ଜଣକ କହିଛନ୍ତି ଯେ, “ଜଣେ ଜର୍ମାନୀ ନାଗରିକ ୧୮ ମାର୍ଚ୍ଚରେ ଦିଲ୍ଲୀ ଦେଇ ହନୋଇରୁ ଇସ୍ଥାନବୁଲ ଯାଉଥିଲେ । ଭାରତ ୧୮ ମାର୍ଚ୍ଚରେ ତୁର୍କୀରୁ ଆସିବା ଏବଂ ଫେରିବାକୁ ଥିବା ସମସ୍ତ ଉଡାଣକୁ ରଦ୍ଧ କରିଦେବା ହେତୁ ଏଥିପାଇଁ ଦିଲ୍ଲୀ ବିମାନ ବନ୍ଦର ଟର୍ମିନାଲ ସଂଖ୍ୟା ୩ରେ ଉକ୍ତ ଜର୍ମାନୀ ବ୍ୟକ୍ତି ଜଣକ ଫସି ଯାଇଛନ୍ତି । ତାଙ୍କୁ ୧୮ ମାର୍ଚ୍ଚରୁ ଭୋଜନ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସେ ଟ୍ରାଞ୍ଜିଟ ଅଞ୍ଚଳରେ ରହୁଛନ୍ତି । ନଗର ବିମାନନ ମନ୍ତ୍ରଣାଳୟ ଏବଂ ଜର୍ମାନ ଦୂତବାସ ଏ ସଂପର୍କରେ ସୂଚନା ଦେଇଛନ୍ତି ।” ଜର୍ମାନୀର ଏହି ବ୍ୟକ୍ତିଙ୍କ ବିରୋଧରେ ଜର୍ମାନରେ ଅପରାଧିକ ମାମଲା ରୁଜୁ ହୋଇଛି । ସେଥିପାଇଁ ସେ ସେଠାକୁ ଯିବାକୁ ଚାହୁଁ ନାହାନ୍ତି ।


Share It

Comments are closed.