ରାସ୍ତାରେ ସନ୍ତାନ ଜନ୍ମ ଦେଲେ ମହିଳା ଶ୍ରମିକ, କିଛି ସମୟ ପରେ ନିଜ ସନ୍ତାନକୁ ଧରି ଗନ୍ତବ୍ୟସ୍ଥଳ ଅଭିମେଖ କଲେ ଯାତ୍ରା
ସୋମବାର ରାତିରେ ଏକ ନବଜାତ ଶିଶୁ ସହ ଆଲିଗଡରେ ପହଞ୍ଚିଥିବା ଜଣେ ମହିଳା ଶ୍ରମିକଙ୍କ କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ । ରାସ୍ତାରେ ସନ୍ତାନକୁ ଜନ୍ମ ଦେବାର ଏକ ଘଣ୍ଟା ପରେ ଉକ୍ତ ମା’ ଜଣକ ନିଜ ସନ୍ତାନକୁ ଧରି ଦୀର୍ଘ ୨୭୦ କି.ମିର ଯାତ୍ରା କରିଥିଲେ । ସେଠାରେ କିଛି ସମୟ ରହିବା ପରେ ନିଜ ଗନ୍ତବ୍ୟସ୍ଥଳରେ ଅଭିମୁଖେ ବାହାରି ପଡିଥିଲେ । ଅଲିଗଡର କ୍ୱାର୍ସି ଚୌରାହେ ୬ ଦିନର ଏକ ସନ୍ତାନକୁ ଧରି ବସିଥିବା ମହିଳାର ନାମ ହେଉଛି ‘ମାନ କୁମାର’ । ସେ ନିଜ ସ୍ୱାମୀଙ୍କ ସହ ଚଣ୍ଡୀଗଡରେ ରୁହନ୍ତି । ସାରା ଦେଶରେ ଲକ୍ଡାଉନ ବଳବତ୍ତର ରହିଥିବାବେଳେ ଗର୍ଭଧାରଣର ୯ ମାସ ସତ୍ତ୍ୱେ ମଧ୍ୟ ସେ ନିଜ ସ୍ୱାମୀଙ୍କ ସହ ଚଣ୍ଡୀଗଡରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ପାଦରେ ଯାତ୍ରା କରି ଯିବା ପାଇଁ ବାହାରି ପଡିଥିଲେ । ସେ ପାଞ୍ଚ ଦିନ ପୂର୍ବରୁ ୨୦୦ କି.ମି ଯାତ୍ରା ଅତିକ୍ରମ କରି ଉତ୍ତରାଖଣ୍ଡର ରୁଡକୀରେ ପହଞ୍ଚିଥିଲେ । ଯେତେବେଳେ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ନିଜ ସାଥୀଙ୍କ ସହଯୋଗରେ ଉକ୍ତ ମା’ ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କିଛି ସମୟ ମଧ୍ୟରେ ସନ୍ତାନ ଗରୁଣ୍ଡିବା ଆରମ୍ଭ କରିଥିଲେ ।
ଅଲିଗଡ ପହଞ୍ଚି ଉକ୍ତ ମହିଳା ଜଣକ କ୍ୱାରସି ଗ୍ରାମର ସ୍ଥାନୀୟ ଲୋକଙ୍କୁ ଏହି କାହାଣୀ ସଂପର୍କରେ କହି ଯେତେବେଳେ ସହାୟତା ପାଇଁ ନେହୁରା କରିଥିଲେ ସେତେବେଳେ ସମସ୍ତ ଗ୍ରାମୀଣ ମହିଳା ନବଜାତ ଶିଶୁଙ୍କ ଏବଂ ତାଙ୍କ ସ୍ୱାମୀଙ୍କୁ ପୂର୍ଣ୍ଣ ସମ୍ମାନ ଜଣାଇଥିଲେ । ଏହା ଛଡା ତାଙ୍କର ସହ ଥିବା ୫୦ ପ୍ରବାସୀ ଶ୍ରମିକଙ୍କ ପାଇଁ ଭୋଜନର ବ୍ୟବସ୍ଥା ମଧ୍ୟ କରିଥିଲେ । ଏହା ପରେ ସେମାନେ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରିଥିଲେ ।
ଏହି ସଂପର୍କରେ ତାଙ୍କ ସ୍ୱାମୀ କହିଛନ୍ତି ଯେ, ଯାତ୍ରା ବେଶ କଷ୍ଟଦାୟକ ଥିବାବେଳେ ରାସ୍ତାରେ ଅନେକ ତାଙ୍କୁ ସହାୟତାର ହାତ ମଧ୍ୟ ବଢାଇଛନ୍ତି ।
Comments are closed.