କରୋନା ଅପଡେଟ : ଦେଶରେ ୨୪ ଘଣ୍ଟାରେ ୪୦୦୦ରୁ ଉର୍ଦ୍ଧ୍ୱ ନୂଆ ମାମଲା

Share It

ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭,୧୫୨ ଆସି ପହଞ୍ଚିଲାଣି । ଏହା ବାଦ ୨୨୦୬ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ଏହା ପ୍ରଥମ ଥର ଯେତେବେଳେ କି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୦୦୦ରୁ ଉର୍ଦ୍ଧ୍ୱ ନୂଆ ମାମଲା ସାମନାକୁ ଆସିଛି । ସେପଟେ ଦିଲ୍ଲୀରେ ୭ ହଜାର କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଚୀନର ଉହାନରୁ ଦେଖାଦେଇଥିବା ଏହି କରୋନା ଭାଇରସ ସାରା ବିଶ୍ୱରେ ନିଜର ତାଣ୍ଡବ ଲୀଳା ରଚୁଥିବାବେଳେ ବର୍ତ୍ତମାନ ସୁଧା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷରେ ଆସି ପହଞ୍ଚିଲାଣି ।
ଏହି ମଧ୍ୟରେ ଋଷ କୋଭିଡ-୧୯ ତାଲିକାର ଶ୍ରେଷ୍ଠ ୫ମ ସ୍ଥାନରେ ଆସି ପହଞ୍ଚିଛି , ଯେଉଁଠାରେ କରୋନା କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରୁ ଉର୍ଦ୍ଧ୍ୱରୁ ଆସି ପହଞ୍ଚିଲାଣି । ଏବେ ସୁଧା ସାରା ବିଶ୍ୱରେ ୨,୮୨,୩୮୮ ଜଣଙ୍କର ଏହି ଭାଇରସ ଯୋଗୁଁ ମୃତ୍ୟୁ ଘଟିସାରିଲାଣି । ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ଆମେରିକା ଅଟେ, ଯେଉଁଠାରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୧୩ ଲକ୍ଷରୁ ଉର୍ଦ୍ଧ୍ୱରେ ଆସି ପହଞ୍ଚିଲାଣି ।
ଦେଶରେ କରୋନାକୁ ନେଇ ସବୁଠାରୁ ଆଶ୍ୱସନା କଥା ଏହା ଯେ, ୯୫ ପ୍ରତିଶତ ସଂକ୍ରମିତଙ୍କ ଠାରେ କରୋନା ଭାଇରସର ଗମ୍ଭୀର ଲକ୍ଷଣ ଦେଖାଦେଇ ନାହିଁ । ଦୁଃଖଦ କଥା ଏହା ଯେ, ୫ ପ୍ରତିଶତରୁ କମ୍ ରୋଗୀ ଏହି କରୋନ ବିରୋଧୀ ଲଢେଇରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କ ଠାରେ କରୋନା ଭାଇରସ ଗମ୍ଭୀର ଲକ୍ଷଣ ଦେଖାଦେଇଛି । ପୂର୍ବ ଅପେକ୍ଷା ଗମ୍ଭୀର ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିବାର ପରିଲକ୍ଷିତ ମଧ୍ୟ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ, ହସ୍ପିଟାଲରେ ୪.୮ ପ୍ରତିଶତ ସଂକ୍ରମିତ ଆଇସିୟୁ, ୩.୩ ପ୍ରତିଶତ ସଂକ୍ରମିତ ଅକ୍ସିଜେନ ଏବଂ ୧.୧ ପ୍ରତିଶତ ସଂକ୍ରମିତ ଭେଣ୍ଟିଲେଟରରେ ରହିଛନ୍ତି । ଏଭଳି ଭାବରେ ୯.୨ ପ୍ରତିଶତ ସଂକ୍ରମିତ ଗମ୍ଭୀର ସ୍ତରରେ ଥିଲେ । କିନ୍ତୁ ଏକ ସପ୍ତାହ ମଧ୍ୟରେ ସ୍ଥିତି ସୁଧୁରିଛି ।


Share It

Comments are closed.