ଦୀର୍ଘ ୫୦ ଦିନ ପରେ ପୁଣି ଆରମ୍ଭ ହେବ ରେଳ ସେବା, ଜାଣନ୍ତୁ ଏହି ଯାତ୍ରା ସଂପର୍କିତ କିଛି ବିଶେଷ କଥା
ଦୀର୍ଘ ୫୦ ଦିନ ପରେ ୧୨ ମେ’ରୁ ୧୫ ଯୋଡା ସ୍ୱତନ୍ତ୍ର ଟ୍ରେନର ସେବା ପୁଣିଥରେ ଆରମ୍ଭ ହେବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି । ଆଂଶିକ ଋପରେ ପ୍ରାରମ୍ଭ କରାଯାଇଥିବା ଏହି ଟ୍ରେନ ସେବାରେ ନୂଆ ଦିଲ୍ଲୀରୁ ଦେଶର ୧୫ଟି ଗୁରୁତ୍ୱପୂର୍ଣ୍ଣ ସହରକୁ ଏହି ୧୫ ଯୋଡା ଟ୍ରେନ ସ୍ୱତନ୍ତ୍ର ଭାବେ ଯାତ୍ରା କରିବ । ପ୍ରତ୍ୟାବର୍ତ୍ତନକୁ ମିଶାଇ ମୋଟ ସଂଖ୍ୟା ୩୦ ହେବ । ଏହି ଟ୍ରେନରେ କେବଳ କମ୍ଫର୍ଟ ଟିକେଟ ଧାରୀ ଯାତ୍ରୀମାନେ ଯାତ୍ରା କରିପାରିବେ । ଏମାନଙ୍କ ପାଇଁ ଆଇଆରସିଟିସି ୱେବସାଇଟରେ ୧୧ ମେ ଅପରାହ୍ନ ୪ଟା ବୁକିଂ ଆରମ୍ଭ ହେବ । ରେଳ ମନ୍ତ୍ରଣାଳୟ ପରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଏ ସଂପର୍କରେ ଟ୍ୱିଟ କରି ନିଜର ସ୍ପିଷ୍ଟିକରଣ ରଖିଛନ୍ତି ।
ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଦିଲ୍ଲୀରୁ ଦେଶର ୧୫ ପ୍ରମୁଖ ସହରକୁ ଏହି ଟ୍ରେନ ଯାତ୍ରା କରିବ । ଏହି ଟ୍ରେନର ବୁକିଂ କେବଳ ଅନଲାଇନ ମାଧ୍ୟମରେ ହେବ ଏବଂ ଷ୍ଟେସନରେ ଟିକେଟ ବିକ୍ରି ହେବ ନାହିଁ । ଏହା ପରେ ଦ୍ୱିତୀୟ ରୁଟ ପାଇଁ ଟ୍ରେନ ଗୁଡିକର ଯାତ୍ରା ସଂପର୍କରେ ଘୋଷଣା କରାଯାଇପାରେ ସଂକେତ ମିଳିଛି । ଏହି ଟ୍ରେନ ନୂଆ ଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲାସ ହାଓଡା, ପାଟମା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମାଡଗାଓଁ, ମୁମ୍ବାଇ , ଅହମ୍ମଦାବାଦ ଏବଂ ଜମ୍ମୁ ତାୱିକୁ ଟ୍ରେନ ଚାଲିବ ।
ଯାତ୍ରା ସମୟରେ ଯାତ୍ରୀଙ୍କୁ ମେସ ମାସ୍କ ପିନ୍ଧିବା, ସାମାଜୀକ ଦୂରତା ବଜାୟ ରଖିବା ଏବଂ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ହେବା ବାଧ୍ୟତାମୂଳକ । ଯାତ୍ରା ସମୟରେ ଟ୍ରେନ କେବଳ ପ୍ରମୁଖ ଷ୍ଟେସନମାନଙ୍କରେ ରହିବ । ଅଧିକାରୀ କହିଛନ୍ତି ଯେ, ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନରେ ଗୋଟିଏ କୋଚରେ ୭୨ଟି ବଦଳରେ ୫୨ଟି ସିଟରେ ଯାତ୍ରା ହେବ । ଏହି ଟ୍ରେନ ପୂର୍ଣ୍ଣ କ୍ଷମତା ଦ୍ୱାରା ଚାଲିବ, କିନ୍ତୁ ଯାତ୍ରା ଭଡା ଉପରେ କୌଣସି ରିହାତି ଦିଆଯିବ ନାହିଁ । ଏହି ଟ୍ରେନ ଗୁଡିକରେ ପେଟ୍ରୀକାର ରହିବେ ନାହିଁ । ଯାତ୍ରୀଙ୍କୁ ସ୍ୱୟଂଭାବେ ଖାଦ୍ୟ-ପାନୀୟ ବ୍ୟବସ୍ଥା କରିବା ପଡିବ । କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ରେଳ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ଆପଣାଯାଇଛି ।
ମିଳିଥିବା ସୂତନା ମୁତାବକ, ଲକ୍ଡାଉନର ତୃତୀୟ ସଂସ୍କରଣ ଶେଷ ହେବା ପରେ ରେଳ ବିଭାଗ ପକ୍ଷରୁ ଟ୍ରେନ ଗୁଡିକର ସଂଖ୍ୟା ଆହୁରୀ ବଢାଯାଇପାରେ ।
Comments are closed.