କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ, ୧୪ ଦିନ ବଦଳରେ ୭ ଦିନ ଯାଏଁ ରହିବାକୁ ପଡିବ ହୋମ ଆଇସୋଲେସନ

Share It

ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ନିୟମରେ ପରିବର୍ତ୍ତନ ଘଟିଛି । ଶନିବାର ସକାଳେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ନିୟମରେ ପରିବର୍ତ୍ତନ ଅନୁଯାୟୀ ସାମାନ୍ୟ ପରିସ୍ଥିତିରେ ରୋଗୀଙ୍କୁ ଡିସଚାର୍ଜ କରିବା ପୂର୍ବରୁ ପରୀକ୍ଷଣର ଆବଶ୍ୟକତାକୁ ହଟାଇ ଦିଆଯାଇଛି ।
ଯଦି ରୋଗୀଙ୍କ ଠାରେ କରୋନା ସମ୍ବୋନ୍ଧିୟ କୌଣସି ଲକ୍ଷଣ ନାହିଁ କିମ୍ବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିଛି ତେବେ ତାଙ୍କୁ ୧୦ ଦିନ ମଧ୍ୟରେ ଡିସଚାର୍ଜ କରାଯାଇ ପାରିବ । ଛୁଟି ମିଳିବା ପରେ ତାଙ୍କୁ ୧୪ ଦିନ ପରିବର୍ତ୍ତେ ୭ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବାକୁ ପଡିବ ।

ଯଦି ରୋଗୀମାନଙ୍କ ଠାରେ କରୋନା ଭାଇରସ ସମ୍ବନ୍ଧିୟ ଅଳ୍ପ ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ କୋଭିଡ କେୟାର ଫ୍ୟାସିଲିଟିରେ ରଖାଯିବ । ସେଠାରେ ସେମାନେ କ୍ରମାଗତ ଭାବେ ତାପମାତ୍ରା ଏବଂ ପଲ୍ସ ଅକ୍ସିମେଟ୍ରି ମନିଟରିଂରେ ରହିବାକୁ ପଡିବ । ଯଦି ତିନି ଦିନ ମଧ୍ୟରେ ଜ୍ୱର ଆସୁ ନାହିଁ ତେବେ ରୋଗୀଙ୍କୁ ୧୦ ଦିନ ମଧ୍ୟରେ ଡିସଚାର୍ଜ କରାଯାଇପାରେ । ଏହା ପୂର୍ବରୁ ପରୀକ୍ଷଣର ଆବଶ୍ୟକତା ନାହିଁ । ହସ୍ପିଟାଲରୁ ଡିସଚାର୍ଜ କରାଯାଉଥିବା ଏଭଳି ରୋଗୀଙ୍କୁ ୭ ଦିନ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯିବ । ଡିସଚାର୍ଜ ପୂର୍ବରୁ ରୋଗୀର ଅକ୍ସିଜେନ ସେଚୁରେସନ ଯଦି ୯୫ ପ୍ରତିଶତରୁ କମ୍ ରୁହେ ତେବେ ତାଙ୍କୁ ଡେଡିକେଟେଡ କୋଭିଡ ହେଲଥ କେୟାର ନିଆଯିବ ।
ସେହିଭଳି ଗୁରୁତର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଡେଡିକେଟେଡ କୋଭିଡ ହେଲଥ କେୟାର ସେଣ୍ଟରର ଅକ୍ସିଜେନ ବେଡକୁ ନିଆଯିବ । ସେମାନେ ତାପମାତ୍ରା ଏବଂ ଅକ୍ସିଜେନ ସେଚୁରେସନ ଚେକ୍ସ ପ୍ରକ୍ରିୟାରେ ରହିବେ । ଯଦି ଜ୍ୱର କମିଯାଏ ତେବେ ଆଗାମୀ ଚାରିଦନ ପର୍ଯ୍ୟନ୍ତ ତାଙ୍କର ସେଚୁରେସନ ସ୍ତର ଚେକ କରାଯିବ । ଯଦି ତାଙ୍କର ୯୫ ପ୍ରତିଶତରୁ ଅଧିକ ରହିବ ତେବେ ତାଙ୍କୁ ୧୦ ଦିନ ପରେ ଡିସଚାର୍ଜ କରାଯିବ ।


Share It

Comments are closed.