ଲକ୍‌ଡାଉନରେ କିପରି ଖେଳାଯିବ କ୍ରିକେଟ, ଏକ ମଜାଦାର ଭିଡିଓ ସେୟାର କଲେ ଆକାଶ ଚୋପ୍ରା

Share It

ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ତଥା ଲୋକପ୍ରିୟ ହିନ୍ଦି କମେଣ୍ଟେଟର ଆକାଶ ଚୋପ୍ରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଯୁବକ ଜଣକ ଏକେଲା କ୍ରିକେଟ ଖେଳିବା ସହ ସେ ବୋଲର, ବ୍ୟାଟ୍ସମ୍ୟାନ, ଫିଲ୍ଡର, ଓମ୍ପାୟାର ଏବଂ ୱିକେଟକିପରି ଭଳି ସମସ୍ତଙ୍କ ଭୂମିକା ନିର୍ବାହ କରୁଥିବାର ଦେଖିବାକୁ ମିଳିଛି । ଲକ୍‌ଡାଉନରେ କିପରି କ୍ରିକେଟ ଖେଳାଯିବ ଏହି ଭିଡିଓ ଜରୀଆରେ ଦର୍ଶାଯାଇଛି । ଏହି ଭିଡିଓର କମେଣ୍ଟ୍ରିରେ ଆପଣ ଆକାଶ ଚୋପ୍ରାଙ୍କ ସ୍ୱର ଶୁଣିପାରିବେ ।

ଏହି ଭିଡିଓକୁ ସେୟାର କରି ଆକାଶ ଚୋପ୍ରା ଲେଖିଛନ୍ତି ଯେ, ‘ବର୍ତ୍ତମାନ ପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ଖେଳ । ଲକ୍‌ଡାଉନ କ୍ରିକେଟ ।’ କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ସମସ୍ତ କ୍ରିକେଟ ଇଭେଣ୍ଟକୁ ସ୍ଥଗିତ କରାଇ ଦିଆଯାଇଥିବାବେଳେ ପୁଣିଥରେ କେବେ କ୍ରିକେଟ ଆରମ୍ଭ ହେବ ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇ ନାହିଁ । ବିଶ୍ୱର ୨୦୦ରୁ ଉର୍ଦ୍ଧ୍ୱ ଦେଶ କରୋନା ବିରୋଧରେ ନିଜର ସଂଗ୍ରାମ ଜାରି ରଖିଛନ୍ତି । ଏହି ମଧ୍ୟରେ ଆଇପିଏଲକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବନ୍ଦ କରାଇ ଦିଆଯାଇଛି । ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି । ୧୭ ମେ’ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା କରାଯାଇଛି ।
ଏହି ମଧ୍ୟରେ କ୍ରିକେଟ ସହ ଜଡିତ ସମସ୍ତ ହସ୍ତି ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକୁ ଏଣ୍ଟରଟେନ କରୁଥିବାବେଳେ ଆକାଶ ଚୋପ୍ରା ମଧ୍ୟ ପୂର୍ବରୁ ଏଭଳି ଅନେକ ମଜାଦାର ଭିଡିଓ ସେୟାର କରି ସାରିଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପର ଆୟୋଜନ ହେବାକୁ ଥିବାବେଳେ ମହାମାରୀ କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ମଧ୍ୟ ରଦ୍ଧ କରାଯାଇପାରେ ।


Share It

Comments are closed.