ଗୋଟିଏ ପରିବାରର ସମସ୍ତେ କରୋନାରେ ଆକ୍ରାନ୍ତ, ବାପ-ପୁଅଙ୍କର ମୃତ୍ୟୁ ପରେ ଜୀବନମରଣ ସହ ଲଢେଇ କରୁଛନ୍ତି ମା’-ଭାଇ

Share It

କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ଦିନକୁ ଜିନ ବଢିବାରେ ଲାଗିଛି । ଏହି ଭାଇରସର ସଂକ୍ରମଣ ଖୁବ ଦ୍ରୁତ ଗତିରେ ବଢିବାରେ । ଉତ୍ତର ପ୍ରଦେଶର ଅନେକ ପରିବାର ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଗୋଟିଏ ପରିବାରର ବାପା-ପୁଅ ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇ ସାରିଥିବାବେଳେ ଅନ୍ୟପଟେ ମା’ ଏବଂ ଅନ୍ୟ ଜଣେ ପୁଅ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ହସ୍ପିଟାଲରେ ଜୀବନମରଣ ସହ ଲଢେଇ କରୁଛନ୍ତି । ଏହା ଛଡା ମେରଠର ମଞ୍ଜୁର ନଗରରେ ଆଉ ଏକ ପରିବାରର ୧୩ ଜଣ ସଦସ୍ୟ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣା ପଡିଛି ।
ଶୁକ୍ରବାର ଦିନ ମେରଠରେ ବିଜେପି ମହାନଗରର କାର୍ଯ୍ୟକାରୀ ସଦସ୍ୟଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ତାଙ୍କର ଚିକିତ୍ସା ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଚାଲିଥିଲା । ଏହା ପୂର୍ବରୁ ତାଙ୍କ ପିତାଙ୍କର ମଧ୍ୟ କରୋନା ଭାଇରସ ଯୋଗୁଁ ମୃତ୍ୟୁ ଘଟିଥିଲା । ସେପଟେ ତାଙ୍କ ଭାଇ ଏବଂ ମା’ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନେ ଜୀବନମରଣ ସହ ବର୍ତ୍ତମାନ ସଂଗ୍ରାମ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହା ମେରଠରେ କରୋନାର ଦଶମ ମୃତ୍ୟୁ ଅଟେ ।
ମେରଠ ମଞ୍ଜୁର ନଗର କରୋନା ହଟସ୍ପଟ ଋପେ ଘୋଷିତ ହୋଇଛି । ଏଠାରେ ଗୋଟିଏ ପରିବାରର ୧୩ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ କେତେକଙ୍କ ରିପୋର୍ଟ ଆସିବ ବର୍ତ୍ତମାନ ବାକି ରହିଛି । ମିଳିଥିବା ସୂଚନା ମୁତାବକ, ଜାବେଦ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି ବାଜିଥିଲା । ସେଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ କରୋନାରେ ଆକ୍ରାନ୍ତ ଥିବାର ଜଣା ପଡିଥିଲା । ଏହା ପରେ ଯାବେଦଙ୍କ ପରିବାରର ୮ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବାର ବୁଧବାର ଦିନ ଜଣାପଡିଥିଲା । ସେହିଭଳି ଗୁରୁବାର ଦିନ ପରିବାରର ବାକି ୪ ଜଣ କରୋନାରେ ଆକ୍ରାନ୍ତ ଥିବାର ଜଣା ପଡିଥିଲା । ଏହା ପୂର୍ବରୁ ଆଉ ଏକ ପରିବାରର ୨୧ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବାର ଜଣା ପଡିଥିଲା ।


Share It

Comments are closed.