ଦେଶରେ ୨୪ ଘଣ୍ଟାରେ ୩୩୯୦ଟି ନୂଆ ମାମଲା, ୧୦୩ ମୃତ
ଦେଶରେ ଦିନକୁ ଦିନ କରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏଥିରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ରେ ଆସି ପହଞ୍ଚିଥିବାବେଳେ ସେଥିମଧ୍ୟରୁ ୩୭,୯୧୬ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ ୧୬,୫୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବାବେଳେ ଦେଶରେ ମୋଟ ଏହି ଭାଇରସର ସଂକ୍ରମଣ କାରଣରୁ ୧୮୮୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ଭଳି ଓଡିଶାରେ ୨୬ଟି ନୂଆ ମାମଲାକୁ ମିଶାଇଲେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪୫ରେ ଆସି ପହଞ୍ଚିଛି । ସେଥିମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୮୧ଟି ଆକ୍ଟିଭ କେସ ରହିଛି ।
ସେହିଭଳି ବିଦେଶରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆଜି ୫ଟି ବିମାନ ନିଜ ଉଡାଣ ଭରି । ଉଡାଣ ଭରିବା ଥିବା ୫ଟି ବିମାନ ଆଜି – ସିଙ୍ଗାପୁରରୁ ଦିଲ୍ଲୀ (ପ୍ରସ୍ଥାନ: ୮.୩୫ , ଆଗମନ ୧୧.୩୫), ରିୟାଦ ସାଉଦିଆରବରୁ କୋଝିକୋଡ (ପ୍ରସ୍ଥାନ: ୧୨.୪୫, ଆଗମନ ୨୦.୩୦), ଢାକା, ବାଙ୍ଗଲାଦେଶରୁ ଦିଲ୍ଲୀ (ପ୍ରସ୍ଥାନ: ୧୧.୦୦, ଆଗମନ୧୩.୦୦), ମନାମା, ବହରିନରୁ କୋଚି (ପ୍ରସ୍ଥାନ ୧୬.୩୦ବେଳେ, ଆଗମନ ୨୨.୩୦) ଏବଂ ଦୁବାଇ, ୟୁଏଇରୁ ଚେନ୍ନାଇ (ପ୍ରସ୍ଥାନ: ୧୪.୫୦ରୁ ଆଗମନ ୨୦.୧୦)ରେ ଆସି ପହଞ୍ଚିବ ।
Comments are closed.