ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ
ସମାଜବାଦୀ ପାର୍ଟି ସଂରକ୍ଷକ ତଥା ଉତ୍ତରପ୍ରଦେଶ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବା ହେତୁ ତାଙ୍କୁ ତୁରନ୍ତ ଲକ୍ଷ୍ନୌସ୍ଥିତ ମେଣ୍ଡାଣ୍ଟା ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି । ମୁଲାୟମଙ୍କ ପେଟ ଯନ୍ତ୍ରଣା ଥିବା ହେତୁ ତାଙ୍କର କୋଲୋନୋସ୍କୋପି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ବୁଧବାର ରାତିରେ ମୁଲାୟମ ଅସୁସ୍ଥ ହୋଇପଡିଥିବା ହେତୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରକାଶ ଥାଉକି ମୁଲାୟମଙ୍କୁ ଅନେକ ଥର ହସ୍ପିଟାଲ ଅଣାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଠିକ ହୋଇଯିବା ପରେ ତାଙ୍କୁ ଡିସଚାର୍ଜ ମଧ୍ୟ କରାଇ ଦିଆଯାଇଛି । ହସ୍ପିଟାଲରେ ସପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅଖିଲେଶ ସିଂହ ଯାଦବ ଏବଂ ପତ୍ନୀ ଡିମ୍ପଲ ଯାଦବ ଓ ଶିବପାଲ ସିଂହ ଯାଦବ ଉପସ୍ଥିତ ଥିଲେ । ବର୍ତ୍ତମାନ ଡାକ୍ତର କହିଛନ୍ତି ମୁଲାସମଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ସେଥିପାଇଁ ତାଙ୍କୁ ତୁରନ୍ତ ଡିସଚାର୍ଜ କରାଇ ଦିଆଯିବ ।
Comments are closed.