କେବେ ଲାଗିବ କରୋନାରେ ବ୍ରେକ ?, ଦେଶରେ ୨୪ ଘଣ୍ଟାରେ ୮୯ ମୃତ ୩୫୬୧ଟି ନୂଆ ମାମଲା

Share It

ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୬୧ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଅନ୍ୟପଟେ ୮୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଗୁରୁବାର ଦିନ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମୁତାବକ ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ୫୨୯୫୨ରେ ଆସି ପହଞ୍ଚିଥିବାବେଳେ ବର୍ତ୍ତମାନ ସୁଧା ୧୭୮୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି ।
ସେପଟେ ଦେଶରେ ମୋଟ ୫୨୯୫୨ଟି ମାମଲା ମଧ୍ୟରୁ ୩୫୯୦୨ଟି ଆକ୍ଟିଭ ମାମଲା ରହିଥିବାବେଳେ ବର୍ତ୍ତମାନ ସୁଧା ୧୫୨୬୬ ଜଣ ସୁସ୍ଥ ମଧ୍ୟ ହୋଇ ସାରିଲେଣି । କରୋନା ଭାଇରସରେ ବର୍ତ୍ତମାନ ସୁଧା ସର୍ବାଧିକ ଲୋକଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଧା ୬୫୧ରେ ଆସି ପହଞ୍ଚିଲାଣି । ଏଠାରେ ବର୍ତ୍ତମାନ ସୁଧା ପୀଡିତଙ୍କ ସଂଖ୍ୟା ୨୦୫୦୩ରେ ଆସି ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା ଦେଶର କେତେକ ପ୍ରମୁଖ ରାଜ୍ୟରେ କ’ଣ ରହିଛି କରୋନାର ସ୍ଥିତି
ମହାରାଷ୍ଟ୍ର : ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ଥିବାବେଳେ ଏଠାରେ ମୋଟ ୨୦୫୦୩ଟି ପଜିଟିଭ କେସ ରହିଛି । ଏମାନଙ୍କ ମଧ୍ୟରୁ ରାଜ୍ୟରେ ୧୬୭୫୮ଟି ଆକ୍ଟିଭ କେସ ରହିଥିବାବେଳେ ବର୍ତ୍ତମାନ ସୁଧା ୩୦୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ବର୍ତ୍ତମାନ ସୁଧା ମହାରାଷ୍ଟ୍ରରେ ସର୍ବାଧିକ ୬୫୧ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି ।
ଦିଲ୍ଲୀ : ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସୁଧା ୭୧୩୯ଟି ସଂକ୍ରମିତଙ୍କ ମଧ୍ୟରୁ ୫୫୩୨ଟି ଆକ୍ଟିଭ କେସ ରହିଛି । ବର୍ତ୍ତମାନ ସୁଧା ଦିଲ୍ଲୀରେ ୬୫ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୧୫୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ।
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ମଧ୍ୟ ସ୍ଥିତି ଜଟିଳ ରହିଛି । ଏଠାରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲା ବଢି ୪୪୨୨ରେ ଆସି ପହଞ୍ଚିଲାଣି । ବର୍ତ୍ତମାନ ସୁଧା ସଂକ୍ରମିତଙ୍କ ମଧ୍ୟରୁ ୧୦୯୯ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିସାରିଥିବା ୧୮୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।
ଗୁଜୁରାଟ : ଗୁଜୁରାଟରେ ୮୫୨୧ଟି ମାମଲା ମଧ୍ୟରୁ ୧୫୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୯୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି ।


Share It

Comments are closed.