କରୋନା ଅପଡେଟ୍ : ଦେଶରେ ୨୪ ଘଣ୍ଟାରେ ୧୨୬ ମୃତ ୨୯୫୮ ନୂଆ ମାମଲା
ଭାରତରେ କରୋନା ଭାଇରସ ଦିନକୁ ଦିନ ନିଜର ଭୟାବହ ଋପ ଧାରଣ କରୁଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୫୮ଟି ନୂଆ ମାମଲା ସାମନାକୁ ଆସିବା ସହ ଏହି ଭାଇରସର ସଂକ୍ରମଣ କାରଣରୁ ୧୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । ମଙ୍ଗଳବାର ତୁଳନାରେ ସଂଖ୍ୟାରେ ହ୍ରାସ ଘଟିଛି । ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମୁତାବକ, ଦେଶରେ ମୋଟ ୪୯୩୯୧ଟି ମାମଲା ମଧ୍ୟରୁ ୩୩୫୧୪ଟି ସକ୍ରିୟ ମାମଲା ରହିଥିବାବେଳେ ସେପଟେ ୧୪୧୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । କରୋନା ଭାଇରସରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏଠାରେ ୬୧୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ବର୍ତ୍ତମାନ ସୁଧା ଏହି ମହାମାରୀ ଯୋଗୁଁ ଦେଶରେ ୧୮୯୯୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି ।
ସେହିଭଳି ଓଡିଶାରେ ୧୭୭ଟି କେସ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।
Comments are closed.