କୋଭିଡ-୧୯ ପରବର୍ତୀ ବାସ୍ତବତାକୁୁ ଦୃଷ୍ଟିରେରଖି ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ କଂଟାକ୍ଟଲେସ ଏକ୍ସପିରିୟନ୍ସ
ଭୁବନେଶ୍ୱର: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଏହାର ଭାରତୀୟ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର କଂଟାକ୍ଟଲେସ ଏକ୍ସପିରିୟନ୍ସକୁ ସକ୍ଷମ କରାଯାଇଛି । ଗତ ଏପ୍ରିଲ୨ ତାରିଖରେ ଉନ୍ମୋଚିତ ହୋଇଥିବା ଏହି ବିଏମଡବ୍ଲୁ କଂଟାକ୍ଟଲେସ ଏକ୍ସପିରିୟନ୍ସ କାର୍ଯ୍ୟକ୍ରମ, ଏହାର www.bmw-contactless.inର ବ୍ୟବହାର କରି ଗୋଟିଏ ବଟନ କ୍ଳିକରେ ଗ୍ରାହକମାନଙ୍କୁ ପ୍ରି-ଓନଡ ବିଏମଡବ୍ଲୁ କାରଗୁଡ଼ିକୁ ଅନ୍ୱେଷଣ ଓ କିଣିବା, ସର୍ଭିସ ପଞ୍ଜିକରଣ ଓ ଅନଲାଇନରେ ସୁରକ୍ଷିତ ପେମେଂଟ ଏବଂ ଆହୁରି ଅନେକ କିଛିକୁ ସକ୍ଷମ କରାଇଛି । ବିଏମଡବ୍ଲୁ କଂଟାକ୍ଟଲେସ ଏକ୍ସପିରିୟନ୍ସ ଗ୍ରାହକଙ୍କୁ ଅଥରାଇଜଡ ବିଏମଡବ୍ଲୁ ଡିଲରସିପ କେନ୍ଦ୍ର ଯିବାର ଆବଶ୍ୟକତା ବିନା ଏକ ବିଏମଡବ୍ଲୁକୁ ଅନ୍ୱେଣଣ, ଅନୁଭୂତି ଓ ଅଧିକାର କରିବାକୁ ଏକ ନୂଆ ମାର୍ଗ ସହ ପରିଚିତ କରାଇଛି । ଗ୍ରାହକମାନେ ସେଲସ କନ୍୍ସଲ୍ଟାଂଟଙ୍କ ସହ ଯୋଗାଯୋଗ ପାଇଁ ସରଳ ଭାବେ ସେମାନଙ୍କ ସ୍ମାର୍ଟଫୋନ, ଟାବଲେଟ କିମ୍ବା ପର୍ସନାଲ କମ୍ପ୍ୟୁଟର ବ୍ୟବହାର କରି ପାରିବେ ଏବଂ ଆଫଟରସେଲସ ପ୍ୟାକେଜେସ, ଫାଇନାନ୍ସ ବିକଳ୍ପର ସମ୍ପୂର୍ଣ୍ଣ ବିିବରଣୀ ସମେତ ଯାନବାହନର ଆଭ୍ୟନ୍ତର ଓ ବାହାରର ୩୬୦ଂ ଦୃଶ୍ୟ ପାଇପାରିବେ । ଯାନବାହାନ ତଥ୍ୟ ପୁସ୍ତକ(ବ୍ରୋଚରସ), ବିନିର୍ଦ୍ଧିଷ୍ଟ ବିବରଣୀ ତଥ୍ୟ ଏବଂ ଅନ୍ୟାନ୍ୟ ଡକ୍ୟୁମେଂଟ ଗୁଡ଼ିକୁ ଶାରିରୀକ ସଂଶ୍ପର୍ଷ ବିନା ଅନଲାଇନରେ ସେୟାର କରାଯାଇଥାଏ । ଏକ ସାନିଟାଇଜଡ ଲଫାପା ମଧ୍ୟରେ ଯାନଗୁଡ଼ିକର ସମସ୍ତ କାଗଜପତ୍ର ହସ୍ତାନ୍ତର ସମେତ ଏକ ସାନିଟାଇଜଡ ପ୍ରକ୍ରିୟା ମଧ୍ୟ ଦେଇ ଗତି କରିବା ପରେ ଗ୍ରାହକମାନେ ନିଜ ପସନ୍ଦର ସ୍ଥାନରେ ସେମାନଙ୍କ ବିଏମଡବ୍ଲୁ ପାଇପାରିବେ ।
ବିଏମଡବ୍ଲୁର ବିଦ୍ୟମାନ ଗ୍ରାହକମାନେ ବିଏମଡବ୍ଲୁ କଂଟାକ୍ଟଲେସ ଏକ୍ସପିରିୟନ୍ସର ବ୍ୟବହାର କରି ତୁରନ୍ତ ଏକ ସର୍ଭିସ ବୁକ କରିପାରିବେ । ବିଏମଡବ୍ଲୁ ସ୍ମାର୍ଟ ଭିଡିଓର ବ୍ୟବହାର କରି ସର୍ଭିସର ନିର୍ଦ୍ଧାରିତ ମୂଲ୍ୟ ସମେତ ସର୍ଭିସର ସମ୍ପୂର୍ଣ୍ଣ ବିବରଣୀ ଗ୍ରାହକଙ୍କ ସ୍ୱୀକୃତି ପାଇଁ ପଠାଯାଇଥାଏ । ସର୍ଭିସ ହୋଇଯାଇଥିବା ଯାନବାହନ ସମ୍ପୂର୍ଣ୍ଣ ରୂପେ ସାନିଟାଇଜଡ ହୋଇଥାଏ ଏବଂ ଅନୁରୋଧ କରାଯାଇଥିବା ସ୍ଥାନ ଅନୁଯାୟୀ ଡେଲିଭର କରାଯାଇଥାଏ । ଏହି ଲକଡାଉନ ଅବଧି ଶେଷ ହେବା ପରେ ସମସ୍ତ ଆଂଚଳିକ ସରକାରୀ ନିର୍ଦ୍ଦେଶନାମା ପାଳନ ଅନୁଯାୟୀ ସମସ୍ତ ଗ୍ରାହକ ଯାନଗୁଡ଼ିକର ଯୋଗାଣ ଓ ସର୍ଭିସିଙ୍ଗ କରାଯିବ । ଏହି ଆହ୍ୱାନମୟ ବଜାର ପରିସ୍ଥିତିରେ ବିକ୍ରୟକୁ ସହଜ କରିବା ପାଇଁ ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସ ସର୍ଭିସ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୂଲାଇବ ।
ଶ୍ରୀ ଆରଲୀନଡୋ ଟେକ୍ସୈରା, ପ୍ରେସିଡେଂଟ (ଏସିଟି.), ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ କହିଛନ୍ତି ଯେ, “ଯେହେତୁ ସଂପ୍ରତିର କୋଭିଡ-୧୯ ମହାମାରୀ ପରେ ବାଣିଜ୍ୟ ଗତି ଜାରି ରହିବ ତେଣୁ ଆମର ବିଦ୍ୟମାନ ଓ ନୂଆ ଗ୍ରାହକମାନଙ୍କୁ ସୀମାହୀନ ସେଲସ ଓ ଆଫ୍ଟରସେଲସ ସର୍ଭିସ ଯୋଗାଇଦେବା କ୍ଷେତ୍ରରେ ବିଏମଡବ୍ଲୁ କଂଟାକ୍ଟଲେସ ଏକ୍ସପିରିୟନ୍ସ କାର୍ଯ୍ୟକ୍ରମ ଏକ ଗୁୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇବ ।”
Comments are closed.