ଗ୍ରୀନ ଜୋନ ଏବଂ ଅରେଞ୍ଜ ଜୋନରେ କ’ଣ ସବୁ ଖୋଲିବ, ଜାଣନ୍ତୁ

Share It

ଆସନ୍ତା ୪ ତାରିଖରୁ ଦେଶବ୍ୟାପୀ ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଲକଡ଼ାଉନ୍ ୩.୦ରେ ବିଭିନ୍ନ ଜୋନ ଅନୁସାରେ କଟକଣାକୁ କଡ଼ାକଡି ଅବା କୋହଳ କରାଯାଇଛି। ଏଥିରେ ଗ୍ରୀନ୍ ଏବଂ ଅରେଞ୍ଜ ଜୋନକୁ କିଛି ମାତ୍ରାରେ କୋହଳ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛି ଯେ, ଲକଡାଉନର ତୃତୀୟ ପର୍ୟ୍ୟାୟରେ ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଥିବା ଅଞ୍ଚଳରେ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯିବ। ଏହା ବ୍ୟତୀତ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି କ୍ଷେତ୍ରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିପାରିବେ।
ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଥିବା ଅଞ୍ଚଳରେ ଇ-ବାଣିଜ୍ୟ କମ୍ପାନୀଗୁଡିକ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହି ଅଞ୍ଚଳରେ ସେଲୁନ୍ ଖୋଲିବାକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ଏହା ଆସନ୍ତା ୪ ତାରିଖରୁ କାର୍ୟ୍ୟକାରୀ ହେବ। ଏଥି ସହିତ, ରେଡ୍ ଜୋନରେ ଥିବା ଇ-କମର୍ସ କମ୍ପାନୀଗୁଡ଼ିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିବାକୁ ଅନୁମତି ଦିଆଯିବ। ରେଡ୍ ଜୋନରେ ଥିବା ଅଞ୍ଚଳରେ ସେଲୁନ୍ ଖୋଲିବ ନାହିଁ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶରେ ରେଡ଼୍ ଜୋନ୍ ସଂଖ୍ୟା ୧୩୦ରେ ପହଞ୍ଚିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧୯ ଟି ରେଡ୍ ଜୋନ୍ ଏବଂ ମହାରାଷ୍ଟ୍ରରେ ୧୪ ଟି ରେଡ଼୍ ଜୋନ୍ ରହିଛି। ତଥ୍ୟ ଅନୁଯାୟୀ, ଶୁକ୍ରବାର ପର୍ଯ୍ୟନ୍ତ ଦେଶରେ ଅରେଞ୍ଜ ଜୋନ୍ ସଂଖ୍ୟା ୨୮୪ ଏବଂ ଗ୍ରୀନ୍ ଜୋନ୍ ସଂଖ୍ୟା ୩୧୯ ରହିଛି। ଏଥି ସହିତ, ଜାତୀୟ ରାଜଧାନୀ ନୂଆଦିଲ୍ଲୀର ସମସ୍ତ ୧୧ ଟି ଜିଲ୍ଲା ରେଡ୍ ଜୋନରେ ରହିଛି।


Share It

Comments are closed.