ଦିଲ୍ଲୀ ସିଏଏ ବିରୋଧୀ ଦଙ୍ଗା ପାଇଁ ଆରବ ଦେଶମାନଙ୍କ ପକ୍ଷରୁ ମିଳିଥିଲା ଫଣ୍ଡିଙ୍ଗ, ସାଙ୍ଘାତିକ ତଥ୍ୟ ଆସିଲା ସାମନାକୁ
ନୂଆ ଦିଲ୍ଲୀ : ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସିଏଏ ଏବଂ ଏନଆରସି ବିରୋଧୀ ଆନ୍ଦୋଳନ ପାଇଁ ମିଡିଲ ଇଷ୍ଟ (ଆରବ ଦେଶମାନଙ୍କ)ପକ୍ଷରୁ ଫଣ୍ଡିଙ୍ଗ ମିଳିଛି । ଏଥିରେ ଜାମିଆ ମିଲ୍ଲିୟା ଇସଲାମିଆ ଏବଂ ସାହିନବାଗ ସମେତ ଦିଲ୍ଲୀର ଅନ୍ୟ ଅଞ୍ଚଳମାନଙ୍କରେ ହୋଇଥିବା ବିରୋଧଗିରୀ ମଧ୍ୟ ସାମିଲ ରହିଛି, ଯେଉଁଥିରେ ଅଧିକାଂଶ ମୁସଲମାନ ଥିଲେ । ସୋମବାର (ଏପ୍ରିଲ୨୭,୨୦୨୦) ଦିନ ଦିଲ୍ଲୀ ପୋଲିସ, ପଟିୟାଲା କୋର୍ଟକୁ ଏହି ସଂପର୍କରେ ତଥ୍ୟ ପ୍ରଦାନ କରିଛି । ରବିବାର ଦିନ ଜାମିଆ ଆଲୁମୁନିର ଅଧ୍ୟକ୍ଷ ଶିଫା ଉର ରେହମାନଙ୍କୁ ଏଥିପାଇଁ ଗିରଫ କରାଯାଇଛି ।
ତାଙ୍କୁ ସେଥିପାଇଁ କୋର୍ଟ ୧୦ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଛି । ଦିଲ୍ଲୀ ପୋଲିସ ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ଶିଫା ଉର ରେହମାନଙ୍କୁ ଆରବ ଦେଶ ମାନଙ୍କରେ ବସବାସ କରୁଥିବା ଜାମିଆ ମିଲ୍ଲିୟା ଇସଲାମିଆ ବିଶ୍ୱ ବିଦ୍ୟାଳୟର ଆଲୁମୁନି ମେମ୍ବରଙ୍କ ସଂଗଠନ ପକ୍ଷରୁ ଫଣ୍ଡିଙ୍ଗ ମିଳିଛି । ରେହମାନ ସମସ୍ତ ପ୍ରଦର୍ଶନସ୍ଥଳୀଙ୍କ ମଧ୍ୟରେ ସମନ୍ୱୟ ବଜାୟ ରଖିବା ପାଇଁ କାମ କରୁଥିଲେ । ଫଣ୍ଡିଙ୍ଗ ପ୍ରଦାନ କରିଥିବା ସମସ୍ତେ ଆରବ ଦେଶମାନଙ୍କ ମଧ୍ୟରୁ ଅଟନ୍ତି । କଂଗ୍ରେସ ନେତା ଇସରତ ଜହାଁଙ୍କୁ ପଚରାଉଚରା ବେଳେ ରେହମାନଙ୍କ ନାମ ସାମନାକୁ ଆସିଲା ।
ବର୍ତ୍ତମାନ ସୁଧା ଇସରତ ଜହାଁଙ୍କ ସମେତ ଖାଲିଦ ସୈଫି, ମିରାନ ହାଇଦର, ସଫୋରା ଜରଗର, ଗୁଲିସିଫା ଏବଂ ତାହିର ହୁସେନଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନଙ୍କ ସମେତ ପ୍ରତିବନ୍ଧିତ ସଂଗଠନ ପିଏଫଆଇର ୩ ଜଣ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି । ଦିଲ୍ଲୀରେ ବିଭିନ୍ନ ପ୍ରଦର୍ଶନସ୍ଥଳୀ ମାନଙ୍କରେ ସିଏଏ, ଏନଆରସି, ଏନପିଆର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଶିଫା ଉର ରେହମାନ ସମସ୍ତ ମଞ୍ଚ ପ୍ରସ୍ତୁତ କରିଥିଲେ । ରେହମାନ ସମସ୍ତ ସ୍ଥାନରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବଂ ଫେବୃଆରୀରେ ଦଙ୍ଗା ସୃଷ୍ଟି କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।
ରେହମାନ, ଅମୀର ଏବଂ ବଦ୍ରି ଆଲାମ ନାମକ ନିଜର ଦୁଇ ଘନିଷ୍ଠ ଏବଂ ଜାମିଆ ସମନ୍ୱୟ କମିଟିର ଅନ୍ୟ ଲୋକମାନଙ୍କ ସହ ମିଶିକରି ଦିଲ୍ଲୀର ଅନେକ ସ୍ଥାନରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନସ୍ଥଳୀମାନଙ୍କୁ ଗସ୍ତ କରିଥିଲେ । ଏବେ ତାଙ୍କ ଠାରୁ ଆହୁରୀ ପଚରାଉଚାର ଚାଲିଛି । ଏଥିପାଇଁ ଦିଲ୍ଲୀ ପୋଲିସ କୋର୍ଟକୁ କହିଛି ଯେ, ଆହୁରୀ ଅନେକ ସନ୍ଦୀଗ୍ଧଙ୍କ ନାମ ବର୍ତ୍ତମାନ ସାମନାକୁ ଆସିଛି, ଯାହାର ବିସ୍ତୃତ ବିବରଣୀ ରେହମାନକୁ ଭଲସେ ପଚରାଉଚରା କରିବା ଦ୍ୱାରା ମିଳିପାରିବ । ମିଳିଥିବା ସୂଚନା ମୁତାବକ, ଏହି ବିକ୍ଷୋଭ ପ୍ରଦର୍ଶନ ଏବଂ ଦଙ୍ଗା ପାଇଁ ଖୁବ ମୋଟ ରକମର ଟଙ୍କା ଖର୍ଚ୍ଚ ହୋଇଥିଲା ।
ରେହମାନ ସମ୍ମୁଖରେ ବର୍ତ୍ତମାନ ଟେକନିକାଲ ଡାଟାକୁ ରଖି କଷ୍ଟଡିଆଲ ପଚରାଉଚରା କରାଯିବ । ଫେବୃଆରୀରେ ହୋଇଥିବା ହିନ୍ଦୁ ବିରୋଧୀ ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ସମସ୍ତ ସିଏଏ ବିରୋଧୀ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା । ଏହା ପରେ ତାହିର ହୁସେନ ଦିଲ୍ଲୀରେ ହତ୍ୟାକାଣ୍ଡ ଘଟାଇଥିଲେ । ଏହି ଦଙ୍ଗା ପଛରେ ଥିବା ଷଡଯନ୍ତ୍ରକୁ ଖୋଜି ବାହାର କରିବା ପାଇଁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲା ଦ୍ୱାରା ତଦନ୍ତ କରାଯାଉଛି ।
[8:03 PM, 4/29/2020] Pr Sir Avento: Ok
Comments are closed.