ଆରପାରିରେ ଭେଟରାନ ଅଭିନେତା ରିଷି କପୁର

Share It

ବଲିଉଡର ଭେଟରାନ ଅଭିନେତା ରିଷି କପୁରଙ୍କର ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଅଭିନେତା ଅମିତାଭ ବଚ୍ଚନ ଏହି ସଂପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ରିଷି କପୁର ଦୀର୍ଘ ୨ ବର୍ଷ ହେବା କ୍ୟାନସର ବିରୋଧରେ ଲଢେଇ କରୁଥିଲେ । ରିଷିଙ୍କ ଭାଇ ରଣଧୀର କପୁର କହିଛନ୍ତି ଯେ, ରିଷିଙ୍କ ଶ୍ୱାସପ୍ରଶ୍ୱାସ ନେବାରେ ବାଧା ଉପୁଜିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ରିଷି କପୁର ୟୁଏସରେ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ହେବା ପରେ ସେପ୍ଟେମ୍ବରରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ଫେବୃଆରୀରେ ରିଷିଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ଖରାପ ହେବା ହେତୁ ତାଙ୍କୁ ଦୁଇ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପ୍ରଥମେ ତାଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ରିଷି କିଛି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରୁ ରିଷି ଫେରିବା ପରେ ତାଙ୍କୁ ଅନେକ ଇନଫେକସନ ହୋଇଥିଲା ବୋଲି ସେ କହିଥିଲେ । ମୁମ୍ବାଇ ଫେରିବା ପରେ ଭାଇରାଲ ଫିଭର ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରିଷି ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହୁଥିବାବେଳେ ସେ ୨ ଏପ୍ରିଲରୁ କୌଣସି ଫୋଷ୍ଟ ସେୟାର କରିନଥିବାର ଦେଖିବାକୁ ମିଳିଥିଲା ।


Share It

Comments are closed.