ଶ୍ରମ ଦିବସକୁ ନେଇ ଭାରତର କ’ଣ ରହିଛି ଇତିହାସ, ଜାଣନ୍ତ
୧ ମେ’କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଋପେ ପାଳନ କରାଯାଏ । ଏହି ଦିନକୁ ଶ୍ରମିକ ଦିବସ, ମେ ଦିବସ ଋପେ ମଧ୍ୟ ପାଳନ କରାଯାଏ । ଏହି ଦିନଟି ଶ୍ରମିକଙ୍କ ପାଇଁ ସମର୍ପିତ ଅଟେ । ଭାରତ ସମେତ ଅନେକ ଦେଶରେ ଶ୍ରମିକଙ୍କ ସଫଳତା ଏବଂ ରାଷ୍ଟ୍ରରେ ବିକାଶରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ଯାଇ ଏହି ଦିବସଟିକୁ ପାଳନ କରାଯାଏ । ଶ୍ରମିକମାନଙ୍କ ସମ୍ମାନ, ସେମାନଙ୍କର ଏକତା ଏବଂ ଅଧିକାରକୁ ସମର୍ଥନ ଜଣାଇ ଏହି ଦିବସଟିକୁ ପାଳନ କରାଯାଏ । ବିଶ୍ୱର ୮୦ରୁ ଅଧିକାଂଶ ଦେଶରେ ଏହି ଦିବସରେ ସମସ୍ତ ଶଳ୍ପ ଏବଂ କାରଖାନା ଶ୍ରମିକଙ୍କ ପାଇଁ ଛୁଟି ରହିଥାଏ । ଏହି ଅବସରରେ ଟ୍ରେଡ ୟୁନିୟନ ସହିତ ଜଡିତ ଲୋକମାନେ ର୍ୟାଲି ଏବଂ ବିଭିନ୍ନ ସଭା ଆୟୋଜନ କରି ସେମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥାନ୍ତି ।
ଭାରତରେ ଶ୍ରମିକଙ୍କ ହକର ଲଢେଇ ପାଇଁ ଅନେକ ବିଶିଷ୍ଟ ନେତା ଉଭା ହୋଇଥିଲେ । ଡାକ୍ତର ସାହେବଙ୍କ ନେତୃତ୍ୱରେ ଗ୍ରେଟ ବମ୍ବେ ଟେକ୍ସଟାଇଲରେ ଷ୍ଟ୍ରାଇକ ହୋଇଥିଲା, ଯେଉଁଥିରେ ସାରା ବମ୍ବେର ଟେକ୍ସଟାଇଲ ଉଦ୍ୟୋଗରେ ହଇଚଇ ଖେଳିଯାଇଥିଲା । ଏହି ବିକ୍ଷୋଭ ଯୋଗୁଁ ୧୯୪୭ରେ ବମ୍ବେ ଉଦ୍ୟୋଗ ଆଇନର ପ୍ରଣୟନ ହୋଇଥିଲା । ଡାକ୍ତର ସାହେବଙ୍କ ସମେତ ଜର୍ଜ ଫର୍ଣ୍ଣାଡିସ ମଧ୍ୟ ଜଣେ ବିଶିଷ୍ଟ ଶ୍ରମିକ ନେତା ଥିଲେ । ଜର୍ଜ ଫର୍ଣ୍ଣାଡିସଙ୍କ ନେତୃତ୍ୱରେ ଦେଶରେ ବ୍ୟାପକ ଭାବରେ ରେଳ ହରତାଳ ହୋଇଥିଲା । ଏହି ଆନ୍ଦୋଳନ ଦ୍ୱାରା ସେ ଜାତୀୟ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଜରୁରୀକାଳୀନ ସମୟରେ ବିପ୍ଲବ କରିଥିବା ବଡ ନେତାଙ୍କ ମଧ୍ୟରେ ତାଙ୍କ ନାମ ଗଣାଯାଏ ।
ମିଳିତା ଜାତିସଂଘ ଅଧୀନରେ ଥିବା ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଗୁଡିକ ସମଗ୍ର ବିଶ୍ୱରେ ଶ୍ରମିକ ଶ୍ରେଣୀର ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛି । ସାରା ବିଶ୍ୱରେ ଶ୍ରମିକଙ୍କୁ ତାଙ୍କ ହିତ ସଂପର୍କରେ ଜଣାଇବା ପାଇଁ ବିଭିନ୍ନ ର୍ୟାଲି ଏବଂ ସଭାର ଆୟୋଜନ କରାଯାଇଥାଏ । ଏହି ଦିବସ ସାରା ବିଶ୍ୱରେ ଏକ ଐତିହାସିକ ମହତ୍ତ୍ୱ ରଖେ ଏବଂ ସାରା ବିଶ୍ୱରେ ଶ୍ରମିକ ଦିବସ ଋପେ ଶ୍ରମିକ ମାନଙ୍କ ଦ୍ୱାରା ପାଳନ କରାଯାଏ । ଭାରତରେ ଶ୍ରମିକ ଦିବସକୁ ଆନ୍ତର୍ଜାତିକ ଶ୍ରମିକ ଦିବସ , ମେ’ ଦିବସ, ୱାର୍କକର ଡେ ଏବଂ ଆନ୍ତର୍ଜାତିକ ୱାର୍କକର ଡେ ଭାବେ ମଧ୍ୟ ପାଳନ କରାଯାଏ ।
Comments are closed.