କେଉଁ ଭଳି ଭାବରେ ହୋଇଥିଲା ‘ଶ୍ରମିକ ଦିବସ’ର ଆରମ୍ଭ, ଜାଣନ୍ତୁ ଏହାର ଇତିହାସ

Share It

ବିଶ୍ୱର ଅନେକ ଦେଶରେ ୧ ମେ’କୁ ଶ୍ରମିକ ଦିବସ ଋପେ ପାଳନ କରାଯାଉଥିବାବେଳେ ଏହି ଦିନରେ ଦେଶର ପ୍ରାୟ ସମସ୍ତ କମ୍ପାନୀ ବନ୍ଦ ରହିଥାଏ । କେବଳ ଭାରତ ନୁହେଁ ବିଶ୍ୱର ପ୍ରାୟ ୮୦ଟି ଦେଶ ଏହି ଦିବସକୁ ପାଳନ କରିବାକୁ ଯାଇ ରାଷ୍ଟ୍ରିୟ ଛୁଟି ଦିବସ ଋପେ ଘୋଷଣା କରିଛନ୍ତି । ଭାରତରେ ଶ୍ରମିକ ଦିବସକୁ ଶ୍ରମିକ ଶ୍ରେଣୀର ଲୋକଙ୍କୁ ସମ୍ମାନ ଜଣାଇବାକୁ ଯାଇ ପାଳନ କରାଯାଏ । ଭାରତରେ ‘ଲେବର କିସାନ ପାର୍ଟି ଅଫ ହିନ୍ଦୁସ୍ତାନ’ ପକ୍ଷରୁ ମାଦ୍ରାସରେ ୧ ମେ’୧୯୨୩ରେ ପ୍ରଥମ ଏହି ଦିବସକୁ ପାଳନ କରାଯାଇଥିବାବେଳେ କିନ୍ତୁ ସେହି ସମୟରେ ଏହାକୁ ପ୍ରଥମେ ‘ମାଦ୍ରାସ ଦିବସ’ ଋପେ ପାଳନ କରାଯାଇଥିଲା ।
ଶ୍ରମିକ ଦିବସର ଇତିହାସ
ଆନ୍ତର୍ଜାତିକ ସ୍ତରରେ ଶ୍ରମିକ ଦିବସକୁ ପ୍ରଥମେ ୧ ମେ’ ୧୮୮୬ରେ ପାଳନ କରାଯାଇଥିଲା । ସମସ୍ତ ଶ୍ରମିକ ୮ ଘଣ୍ଟାରୁ କେହି ଅଧିକ ସମୟ କାମ କରିବେ ନାହିଁ ବୋଲି ଆମେରିକାର ଶ୍ରମିକ ସଙ୍ଘ ମିଳିତ ଭାବେ ନିଷ୍ପତି ନେଇଥିଲେ । ଏଥିପାଇଁ ସଙ୍ଗଠନ ପକ୍ଷରୁ ହରତାଳ ମଧ୍ୟ କରାଯାଇଥିଲା । ଏହାକୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା ଯେଉଁଥିରେ ଅନେକଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଉର୍ଦ୍ଧ୍ୱ ଆହତ ମଧ୍ୟ ହୋଇଥିଲେ । ଏହା ପରେ ୧୮୮୯ରେ ଆନ୍ତର୍ଜାତିକ ସମାଜବାଦୀ ସମ୍ମିଳନୀରେ ଘୋଷଣା କରାଯାଇଥିଲା ଯେ, ହେମାର୍କେଟ ନରସଂହାରରେ ନିହତ ହୋଇଥିବା ନିରିହ ଶ୍ରମିକଙ୍କ ସ୍ମୃତିରେ ୧ ମେ’କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଋପେ ପାଳନ କରାଯିବ ଏବଂ ସମସ୍ତ ଶ୍ରମିକଙ୍କ ପାଇଁ ବଡ ଠୁ ଆରମ୍ଭ କରି ଛୋଟ କମ୍ପାନୀ ପର୍ଯ୍ୟନ୍ତ ଛୁଟି ରହିବ ।


Share It

Comments are closed.