ଆରପାରିରେ ବଲିଉଡ ଅଭିନେତା ଇର୍‌ଫାନ ଖାନ୍‌

Share It

ଅନ୍ତଃନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ସମାଚାର ଚଳଚ୍ଚିତ୍ର ନିର୍ମାତା ସୁଜିତ୍ ସରକାର୍ ଟୁଇଟର୍‌ରେ ସେୟାର କରିଛନ୍ତି।
ନିରୋନଏଣ୍ଡୋକ୍ରାଇନ୍ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିଲେ ବୋଲି ସେ ୨୦୧୮ରେ ଘୋଷଣା କରିଥିଲେ।
୨୦୧୯ରେ ଇର୍‌ଫାନ୍ ଅନେକ ମାସ ଧରି ବିଦେଶରେ ଚିକିତ୍ସାଧୀନ ଥିଲେ। ସେ ସମୟରେ ସେ ଗୋଟିଏ ମାତ୍ର ପ୍ରୋଜେକ୍ଟ୍ ହୋମି ଆଦାଜାନିଆଙ୍କ ‘ଅଙ୍ଗ୍ରେଜି ମିଡିୟମ୍’ରେ କାମ କରୁଥିଲେ।


Share It

Comments are closed.