ଗ୍ରାମୀ ବିଜେତା ରିକି କେଜ୍ଙ୍କ ଫ୍ରି କନସର୍ଟ ସହ ବିଶ୍ୱ ପୃଥିବୀ ଦିବସ ୨୦୨୦କୁ ସ୍ୱତନ୍ତ୍ର କରିଛି ଏୟାରଟେଲ୍
ଭୁବନେଶ୍ୱର: ଯେହେତୁ ଭାରତ ବର୍ତମାନ କୋଭିଡ-୧୯ ବିରୋଧି ଲଢେଇର ଏକ ଅଂଶ ଭାବେ ଘରେ ବନ୍ଦୀ ରହିଛି, ଏଭଳି ସମୟରେ ଏୟାରଟେଲର ଡିଜିଟାଲ ମନୋରଂଜନ ପ୍ଲାଟଫର୍ମ ଏହାର ଗ୍ରାହକମାନଙ୍କୁ ହାସ୍ଟ୍ୟାଗ ଆର୍ଥ ଡେ ୨୦୨୦କୁ ଏକ ବିଶେଷ ଢ଼ଙ୍ଗରେ ପାଳନ କରିବାକୁ ସମର୍ଥ କରାଇଛି । ତେଣୁ ବିଶ୍ୱ ପୃଥିବୀ ଦିବସକୁ ଚିହ୍ନିତ କରିବା ପାଇଁ ଏୟାରଟେଲ, ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ତଥା ଗ୍ରାମି ଆୱାର୍ଡ ବିଜେତା ଆର୍ଟିଷ୍ଟ ରିକି କେଜ୍ଙ୍କ ଦ୍ୱାରା ଏକ ବିଶେଷ କନସର୍ଟର ଆୟୋଜନ କରିଛି । କେଜ୍ଙ୍କ ବ୍ୟତୀତ ପ୍ରାୟତଃ ୬ଟି ଦେଶର ୪୦ ଅନ୍ୟ ସଙ୍ଗୀତଜ୍ଞ ସେମାନଙ୍କ ନିଜ ନିଜ ଘରୁ ଅନଲାଇନରେ ପଫର୍ମ କରିଛନ୍ତି ।
ଏହି ଆର୍ଟିଷ୍ଟମାନେ ଏକ ନୂଆ ଗୀତ ‘ସାଇନ ଇୟୋର ଲାଇଟ’ ମଧ୍ୟ ପରିବେଷଣ କରିଥିଲେ, ଯାହାକି ସମସ୍ତ ସଙ୍ଗୀତଜ୍ଞଙ୍କ ଦ୍ୱାରା ଏକତାର ବାର୍ତା ପ୍ରଚାର କରିବା ପାଇଁ ଏବଂ ବିଶେଷ କରି ଏହି ଘଡ଼ିସନ୍ଧି ମୂହୂର୍ତରେ ପତ୍ୟେକଙ୍କୁ ସମବେଦନା ଜଣାଇବା ପାଇଁ ପ୍ରଦର୍ଶନ କରାଯାଇଥିଲା । ଏହି କନସର୍ଟ ଏୟାରଟେଲ ଗ୍ରାହକଙ୍କ ପାଇଁ ଏୟାରଟେଲ ଡିଜିଟାଲ ଟିଭି (ଡିଟିଏଚ ଚ୍ୟାନେଲ ୨୨୨)ଓ ଏୟାରଟେଲ ଏକ୍ସଟ୍ରିମ ଆପ୍ରେ ଏପ୍ରିଲ ୨୨ ତାରିଖ ରାତି ୮ ଟାରେ ମାଗଣାରେ ଉପଲବ୍ଧ ହୋଇଯାଇଛି । ଡବ୍ଲୁଏଚଓ ଏବଂ କୋଭିଡ-୧୯ ସଲିଡାରିଟି ରେସଫଣ୍ଡ ଫଣ୍ଡକୁ ସମର୍ଥନ ଉଦ୍ଦେଶ୍ୟରେ ଏହି ବିଶାଳ କନସର୍ଟ ଡବ୍ଲୁଡବ୍ଲୁଏଫ, ୟୁନାଇଟେଡ ନେସନ କ୍ଳାଇମେଟ ଚେଂଜ, ୟୁଏନସିସିଡି, ୟୁନିସେଫ, ୟୁନେସ୍କୋ-ଏମଜିଆଇଇପି ଏବଂ ଆର୍ଥ ଡେ ନେଟୱର୍କ ସହିତ ଏକତ୍ର ୱାନ ପେଜ ସ୍ପଟଲାଇଟ ଦ୍ୱାରା କରାଯାଇଛି ।
Comments are closed.