ଭୋକିଲାଙ୍କୁ ଖାଦ୍ୟ ଦେଇ ଉଦାହରଣ ସୃଷ୍ଟି କଲେ ଯୁବ ସ୍ୱେଚ୍ଛାସେବୀ ଚିନ୍ମୟ ଦାସ

Share It

କଟକ : କରୋନାକୁ ନେଇ ସାରା ଦେଶରେ ଉପୁଜିଥିବା ଲକଡାଉନ ସମସ୍ୟା ମଧ୍ୟରେ ବିଶେଷ କରି ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର, ଖଟିଖିଆ ଏବଂ ଦୁଃଖୀ ଓ ଅସହାୟ ବ୍ୟକ୍ତି ମାନେ ବେଶ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ବର୍ତ୍ତମାନ ସଂପୂର୍ଣ୍ଣ ଋପେ ଭାଙ୍ଗିଯାଇଛି । ଦେଶ ହେଉ କିମ୍ବା ରାଜ୍ୟରେ ଏହି ମାନଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ପର୍ଯ୍ୟନ୍ତ ସମସ୍ତ ଆଗେଇ ଆସିଥିବାବେଳେ ଏହିଭଳି ଏକ ଦୃଶ୍ୟ କଟକ ସହରରେ ଦେଖିବାକୁ ମିଳିଛି ।


ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ତଥା ଯୁବ ସ୍ୱେଚ୍ଛାସେବୀ ଚିନ୍ମୟ ଦାସ ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଦୁଇ ଓଳି ଖାଇବାକୁ ପାଉନଥିବା ଅସହାୟ ବ୍ୟକ୍ତି ଏବଂ ନୀରହ ଭୋକିଲା ଜୀବଜନ୍ତୁଙ୍କୁ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଆଦି ପ୍ରଦାନ କରାଯାଇଛି । ଷ୍ଟେସନ ବଜାର ଠାରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ କଟକର ବିଭିନ୍ନ ସ୍ଥାନରେ ବୁଲି ସେ ଏହି ମହତ କାର୍ଯ୍ୟ କରୁଥିବାବେଳେ ଏହି ମହତ୍ତ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି । କେବଳ ଏତିକି ନୁହେଁ ବର୍ତ୍ତମାନ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଥିବାବେଳେ ଏହି ଅଭାବକୁ ପୂରଣ କରିବାକୁ ଯାଇ ସେ ନିଜେ ରକ୍ତ ଦାନ କରିବା ସହ ଅନ୍ୟମାନଙ୍କୁ ଏହିଭଳି ମହତ୍ତ କାର୍ଯ୍ୟରେ ସାମିଲ ହେବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।


ଏହି ଅବସରରେ ସେ ଅନ୍ୟମାନଙ୍କୁ ଏଇ ଜନମଙ୍ଗଳକାରୀ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ନିବେଦନ କରିଥିବାବେଳେ ଯଦି ଲୋକଙ୍କ ସମର୍ଥନ, ଆର୍ଶୀବାଦ ଏବଂ ଭଲପାଇବା ରହିବ ତେବେ ସେ ଆଗକୁ ଏଭଳି ଅନେକ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।


Share It

Comments are closed.