ସଚିନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଖୁବ ପ୍ରସଂଶା କଲେ ରବି ଶାସ୍ତ୍ରୀ

Share It

କ୍ରିକେଟର ଭଗବାନ ତଥା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଜି ଅର୍ଥାତ ୨୪ ଏପ୍ରିଲ ୨୦୨୦ରେ ତାଙ୍କର ୪୭ତମ ଜନ୍ମଦିନ । ଆନ୍ତର୍ଜାତିକ କ୍ରିକେଟରେ ଶତକର ପାହଚ ଛିଡା କରିଥିବା ଦୁନିଆର ଏହି ଏକମାତ୍ର ଖେଳାଳୀଙ୍କ ଜିନ୍ମଦିନ ଅବସରରେ ତାଙ୍କ ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରି, ସଚିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ଖୁବ ପ୍ରଶଂସା କରିଛନ୍ତି । କରୋନା ଭାଇରସ କାରଣରୁ ସଚିନ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରୁ ନାହାନ୍ତି ।
୧୫ ନଭେମ୍ବର ୧୯୮୯ରେ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିଥିବା ସଚିନ, ୨୪ ବର୍ଷ ପର୍ଯ୍ୟନ୍ତ ୨୨ ୟାର୍ଡ ପିଚରେ ନିଜର ଶ୍ରେଷ୍ଠ ପ୍ରତିଭା ଦେଖାଇଥିବାବେଳେ ତାଙ୍କ ନାମରେ ଏଭଳି ଅନେକ ରେକର୍ଡ ରହିଛି ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖେଳାଳୀ ଭାଙ୍ଗୀ ପାରିନାହାନ୍ତି । ସିଚନ ୨୦୧୩ରେ ୱାଙ୍ଖେଡେ ଷ୍ଟାଡିୟମରେ ନିଜ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳି କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଥିଲେ ।

କୋଚ ରବି ଶାସ୍ତ୍ରି ସଚିନଙ୍କ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଜନ୍ମଦିନ ଦିନ ଅଭିନନ୍ଦନ ବୋସମ୍ୟାନ, ଖେଳରେ ତୁମେ ଯେଉଁ କୀର୍ତ୍ତି ଛାଡିକି ଯାଇଛି, ତାହା ସର୍ବଦା ଅମର , ଭଗବାନ ମଙ୍ଗଳ କରନ୍ତୁ ଚ୍ୟାମ୍ପ ।”
ପ୍ରକାଶ ଥାଉକି, ସଚିନଙ୍କ ନାମରେ କ୍ରିକେଟରେ ସର୍ବାଧିକ ରନ, ସର୍ବାଧିକ ଶତକ, ସର୍ବାଧିକ ଅର୍ଦ୍ଧ୍ୱଶତକ, ସର୍ବାଧିକ ମ୍ୟାଚ, ସର୍ବାଧିକ ପ୍ଲେୟାର ଅଫ ଦ ମ୍ୟାଚ ଓ ସିରିଜ ଏବଂ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି । ସଚିନ ୨୦୦ଟି ଟେଷ୍ଟ ମ୍ୟାଚ ଖେଳି ୫୩.୭୯ ହାରରେ ୧୫୯୨୧ ରନ ସଂଗ୍ରହ କରିଥିବାବେଳେ ସେପଟେ ୪୬୩ଟି ଦିନିକିଆ ମ୍ୟାଚ ଖେଳି ୪୪.୮୩ ହାରରେ ୧୮୪୨୬ ରନ ସଂଗ୍ରହ କରିଛନ୍ତି । ସେପଟେ ସଚିନ ଟେଷ୍ଟରେ ୫୧ ଏବଂ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି ।


Share It

Comments are closed.