ଅଣରାସନ୍ କାର୍ଡଧାରୀମାନଙ୍କୁ ମିଳିବ କିରୋସିନି ତେଲ : ଯୋଗାଣ ମନ୍ତ୍ରୀ

Share It

କରୋନା ଭୂତାଣୁ (କୋଭିଡ-୧୯)କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସମେତ ସାରା ଦେଶରେ ଲକ୍ ଡାଉନ ଜାରି କରାଯାଇଥିବାବେଳେ ଅଣରାସନ କାର୍ଡଧାରୀମାନଙ୍କର ଘରୋଇ ବ୍ୟବହାର ନିମନ୍ତେ କିରୋସିନି ତେଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣରାସନ କାର୍ଡଧାରୀ ଖାଉଟିମାନଙ୍କୁ କିରୋସିନି ତେଲ ଯୋଗାଇଦେବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।
ଜିଲ୍ଲାରେ ମାର୍ଚ୍ଚ ୨୦୨୦ରେ କିରୋସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର ଲେଖାଏଁ କିରୋସିନି ତେଲ ଯୋଗାଇ ଦିଆଯିବ । ଆଜି ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି ।
ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଉପଲବ୍ଧ ହେଉଥିବା କିରୋସିନିକୁ ଅଣରାସନ-କାର୍ଡଧାରୀମାନଙ୍କୁ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତି ପରିପ୍ରେକ୍ଷୀରେ ଏପରି ପଦକ୍ଷେପ ନିଆଯାଉଛି, ଯାହ୍ୱା ଦ୍ୱାରା ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଅଣରାସନ କାର୍ଡଧାରୀ ପରିବାର ଉପକୃତ ହେବେ । କିରୋସିନି ବଣ୍ଟନ ପ୍ରକ୍ରିୟା ଶେଷ ହେବାପରେ ଏ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


Share It

Comments are closed.