କରୋନା ବିରୋଧୀ ଲଢେଇରେ ସାମିଲ ହେଲେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଆଜି ମାସ୍କ ତିଆରି କରୁଥିବାର ନଜର ଆସିଛନ୍ତି । ସେ କୋଭିଡ଼୧୯ ଯୁଦ୍ଧରେ ସାମିଲ ହୋଇ ମାସ୍କ ତିଆରି କରିଛନ୍ତି । ଏନେଇ ଏକ ଭିଡ଼ିଓ ଟ୍ୱିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆସନ୍ତୁ ଆମେ ଏକାଠି ହୋଇ କରୋନା ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା ବୋଲି ସେ କହିଛନ୍ତି ।
ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଜୀ ଭାରତର କୋଭିଡ଼-୧୯ ଯୁଦ୍ଧରେ ସାମିଲ୍ ହୋଇ ନିଜେ ମାସ୍କ୍ ତିଆରି କରୁଛନ୍ତି । ଦେଶର ପ୍ରଥମ ମହିଳାଙ୍କ ଏପରି ଉଦ୍ୟମ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଆସନ୍ତୁ ଆମେ ସମସ୍ତେ ଭାରତୀୟ ଏକାଠୀ ହୋଇ କୋଭିଡ୍-୧୯ ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା । 🙏 pic.twitter.com/gq1qQxicZy
— Dharmendra Pradhan (@dpradhanbjp) April 23, 2020
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସ୍ମୃତିଇରାନୀ, ବଲାଙ୍ଗୀର ସାଂସଦ ସଙ୍ଗୀତ କୁମାରୀ ସିଂହ ଦେଓଙ୍କ ଭଳି ଅନେକ ପ୍ରେରଣାଦାୟୀ ମହିଳା କରୋନା ବିରୋଧୀ ଲଢେଇରେ ସାମିଲ ହୋଇଥିବା ବର୍ତ୍ତମାନ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି ।
Comments are closed.