ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ୫ ଲକ୍ଷ ଫଳ ଗଛ ଲଗାଇବା ପାଇଁ ଯୋଜନା
ଭୁବନେଶ୍ୱର: କୋଭିଡ୍-୧୯ର ଏହି ସଙ୍କଟ ସମୟରେ ଯେତେବେଳେ ଭବିଷ୍ୟତକୁ ନେଇ ନିରାଶା ଓ ଅନିଶ୍ଚିତତା ଜାରି ରହିଛି, ସେତେବେଳେ ବୃକ୍ଷ ରୋପଣ କରିବାର ଶପଥ ହେଉଛି ସମଗ୍ର ବିଶ୍ୱର ଆବଶ୍ୟକତା । ଏପ୍ରିଲ ୨୨ ତାରିଖରେ ପୃଥିବୀ ଦିବସ ପାଳନ କରାଯାଉଥିବାରୁ ଜାତିସଂଘ ଆଧାରିତ ପୁନଃବନୀକରଣ ଅଣଲାଭକାରୀ ସଂସ୍ଥା ୱାନ୍ ଟ୍ରୀ ପ୍ଲାନ୍ଟେଡ୍ ପକ୍ଷରୁ ଚଳିତ ବର୍ଷ ମୌସୁମୀ ଋତୁ ସମୟରେ ଦେଶବ୍ୟାପୀ ୫ ଲକ୍ଷ ଫଳ ଗଛ ରୋପଣ କରି ସହଯୋଗ କରିବାକୁ ପ୍ରତିବଦ୍ଧ ହୋଇଛି । ଏହି ଗଛଗୁଡିକୁ ଭାରତର ସୀମାନ୍ତ ଓ କ୍ଷୁଦ୍ର ଚାଷୀଙ୍କ ଜମିରେ ଲଗାଯିବ । ଏହି ଚାଷୀ ପରିବାରଗୁଡିକ ପାଇଁ ଫଳ ଗଛ ବିନା ଖର୍ଚ୍ଚରେ କେବଳ ଏକ ଉତମ ପୋଷଣ ନୁହେଁ ବରଂ ଏହି ଫସଲ ସେମାନଙ୍କୁ ଏକ ସକାରାତ୍ମକ ସାମାଜିକ ଓ ଆର୍ଥିକ ପ୍ରଭାବ ପାଇଁ ଅନୁପୂରକ ଆୟ ପ୍ରଦାନ କରିବ ।
ଏଭଳି ଏକ ସମୟରେ ଯେତେବେଳେ ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ନିଜ ଜନ୍ମମାଟିକୁ ଫେରୁଛନ୍ତି, ଯାହାକି ଏକ କଠୋର ବାସ୍ତବତା, ସେତେବେଳେ ଏଭଳି ଦ୍ରୁତ ଫଳପ୍ରଦ ଗଛ ଯେପରିକି କଦଳୀ, ଅମୃତଭଣ୍ଡା ଆଦି ସେମାନଙ୍କ କ୍ଷୁଦା ଦୂର କରିପାରିବ । ସଜନା, ଅମୃତଭଣ୍ଡା ଓ କଦଳୀ ଭଳି ଗଛ ରୋପଣର ମାତ୍ର ୮ରୁ ୧୦ ମାସ ମଧ୍ୟରେ ଖାଦ୍ୟ ଓ ଫଳ ଉତ୍ପାଦନ କରିପାରିଥାନ୍ତି । ଲେମ୍ବୁ, ପିଜୁଳି, ଆପ୍ରିକଟ, ପିୟର, ପିଚ୍ ଓ ଜୁଜୁବେ ଆଦି ଫଳ ୩ୟ ବର୍ଷରେ ଫଳ ଉତ୍ପାଦନ କରିଥାନ୍ତି । ଦୀର୍ଘାବଧି ଲାଭ ଯଥେଷ୍ଟ ଅଧିକ ରହିଥାଏ । ବର୍ଷ ପରେ ବର୍ଷ ପ୍ରାୟ ୫୦ରୁ ୬୦ ବର୍ଷ ପାଇଁ ପ୍ରତ୍ୟେକ ଗଛ ବାର୍ଷିକ ସର୍ବନିମ୍ନ ୧୦୦୦ ଟଙ୍କାର ଫଳ ଓ ପୋଷଣ ପ୍ରଦାନ କରିଥାନ୍ତିଏବଂ ୫ ଲକ୍ଷ ଫଳ ଗଛ ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ଫଳ ଓ ପୋଷଣ ପ୍ରଦାନ କରିଥାନ୍ତି । ଏହି ପ୍ରକଳ୍ପ ଫଳ ଗଛ ସହ ପୁନଃବନୀକରଣର ପୋଷକ ଓ ସାମାଜିକ ଲାଭ ବ୍ୟତୀତ ସ୍ୱଚ୍ଛ ବାୟୁ ପ୍ରଦାନରେ ସହଯୋଗ କରିବା ସହ ଜଳବାୟୁ ପରିବର୍ତନର ପ୍ରଭାବକୁ ହ୍ରାସ କରିବ । ଏହି ଫଳଗଛଗୁଡିକର ରୋପଣ ଓ ପୋଷଣ ସ୍ଥାନନୀୟ ସହଯୋଗୀଙ୍କ ଦ୍ୱାରା ସ୍ଥାୟୀ ସବୁଜ ଅଭିଯାନ ଦ୍ୱାରା କାର୍ଯ୍ୟକାରୀ ହେବ । ଏମାନଙ୍କ ସହ ୱାନ୍ ଟ୍ରୀ ପ୍ଲାନ୍ଟେଡ୍ ସଂସ୍ଥା ଭାରତରେ ପୂର୍ବରୁ ୩ ଲକ୍ଷ ବୃକ୍ଷ ରୋପଣ କରିଛି । ଏହି ପୁନଃବନୀକରଣ ଚଳିତ ବର୍ଷ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସଠାରୁ ଆରମ୍ଭ ହେବ ଏବଂ ଏହାକୁ ଉତର ପ୍ରଦେଶ, ହରିଆନା ଓ ଓଡିଶାରେ ସ୍ଥାନୀୟ ସମୁଦାୟ ସହ କାର୍ଯ୍ୟକାରୀ କରାଯିବ ।
Comments are closed.