କଲିକତାରେ ଜୁମ ଆପରେ ହୋଇଛି ଡାଟା ଚୋରୀ, ବଦଳରେ ବିଟକଏନର ଡିମାଂଡ କରିଛନ୍ତି ହ୍ୟାକର
ଜୁମ ଭିଡିଓ କଲିଙ୍ଗ ଆପ ଜରିଆରେ ଘରେ ରହି କାମ କରୁଥିବା ଲୋକଙ୍କର ଡାଟା ଚୋରି ହେବାର ଆଶଙ୍କା ସମ୍ପର୍କରେ କେନ୍ଦୀୟ ଗୃହ ମନ୍ତ୍ରଣାଳୟର ଚେତାବନୀ ସତ ସାବ୍ୟସ୍ତ ହୋଇଛି । କଲିକତାରେ ଏଭଳି ଏକ ଘଟଣା ନଜରକୁ ଆସିିଛି । ଘଟଣା ଅନୁଯାୟୀ କଲିକତାର ଦୁଇଜଣ ଲୋକଙ୍କର ଡାଟା ଚୋରି କରିବା ପରେ ହ୍ୟାକରମାନେ ଏହାକୁ ଫେରାଇବା ବଦଳରେ ମୋଟା ରକମ ଟଙ୍କା ମାଗିଛନ୍ତି । ଖାସ କତା ହେଉଛି ଯେ ହ୍ୟାକରମାନେ ପୀଡ଼ିତଙ୍କ ଠାରୁ ଫେରସ୍ତର ରକମ ଭାରତୀୟ ମୁଦ୍ରାରେ ନୁହେଁ ବରଂ ଭର୍ଚୁଆଲ କରେଂସି ବିଟ୍କଏନ୍ରେ ଦେବା ପାଇଁ ମାଙ୍ଗ ରଖିଛନ୍ତି ।
ଏହି ଘଟଣା ପ୍ରସଙ୍ଗରେ କଲିକତା ପୋଲିସର ସାଇବର ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ଯେ ହ୍ୟାକିଙ୍ଗର ଶିକାର ହୋଇଥିବା ବ୍ୟକ୍ତି ଦୁଇଜଣ ଜୁମ ଆପ୍ର ବ୍ୟବହାର କରୁଥିଲେ । ଉଭୟଙ୍କୁ ହ୍ୟାକର୍ମାନେ ଗୋଟିଏ ଇମେଲ ପଠାଇ ସେମାନଙ୍କ କମ୍ପ୍ୟୁଟରର ଅନେକ ଡାଟା ଏନକ୍ରିପ୍ଟ (କମ୍ପ୍ୟୁଟରରେ ହିଁ ଫାଇଲକୁ କୋହ ଭାଷାରେ ସିକ୍ୟୋର କରିଦେବା)କରିଦେଇଥିବାର ସୂଚନା ଦେଇଛନ୍ତି ।
ହ୍ୟାକରମାନେ ଏହି ଡାଟାକୁ ଫେରସ୍ତ କରିବା ପାଇଁ ବିଟ୍କଏନ୍ରେ ଦେବାପାଇଁ କହିଛନ୍ତି । ଇମେଲରେ ବିଟ୍କଏନ୍ କିଣିବା ପାଇଁ ଏକ ୱେବସାଇଟ ଲିଙ୍କ ମଧ୍ୟ ସେୟାର କରିଛନ୍ତି । ଅଧିକାରୀଙ୍କ ଅନୁଯାୟୀ ହ୍ୟାକର୍ମାନେ ନିଜ ଡିମାଂଡ ପୂରା ନହେଲେ ସେମାନଙ୍କ ଡାଟାକୁ ସବୁଦିନ ପାଇଁ ନଷ୍ଟ କରିଦେବାର ଧମକ ଦେଇଛନ୍ତି । ଜଣେ ଅଭିଯୋଗକାରୀ ସେହି ଭାଷାକୁ ଡିକ୍ରିପ୍ଟ(କୋଡ ଭାଷା ଶେଷ କରିବା) ପାଇଁ ସେମାନେ ୧୦୦୦ ଡଲାର ବିଟ୍କଏନ୍ର ଅଦେଶ ଦେଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ ସାଇବର କ୍ରାଇମ ବିଭାଗ ବ୍ୟତୀତ ସ୍ପେଶଲ ଟାସ୍କ ଫୋର୍ସ(ଏସଟିଏଫ) ଙ୍କୁ ମଧ୍ୟ ଏହି ମାମାଲାରେ ଯାଂଚ ଆରମ୍ଭ କରିବା ପାଇଁ କୁହାଯାଇଛି । ଅଧିକାରୀମାନେ ହ୍ୟାକର୍ଙ୍କ ତରଫରୁ ଆସିଥିବା ଇମେଲ ଲିଙ୍କର ଯାଂଚ କରୁଛନ୍ତି । ଯେଉଁଥିରୁ କିଛି ସୁରାଗ ମିଳିପାରିବ ବୋଲି ସେମାନେ ଆଶାୟୀ ।
Comments are closed.