କରୋନା ଭାଇରସ ବିରୋଧରେ ଲଢିବା ପାଇଁ ମୋରପେନ୍ର ନୂତନ ଇନ୍ଫ୍ରାରେଡ ଥର୍ମୋମିଟର, ସାନିଟଇଜର୍ ଓ ମାସ୍କ
ଭୁବନେଶ୍ୱର : ମୋରପେନ୍ ଲାବ୍ରୋଟାରୀ ଲିମିଟେଡ୍ କରୋନା ଭାଇରସ ବିରୋଧରେ ଲଢିବା ପାଇଁ ଭାରତରେ ନନ୍ କଣ୍ଟାକ୍ଟ ଇନ୍ଫ୍ରାରେଡ ଥର୍ମୋମିଟର, ହ୍ୟାଣ୍ଡ ସାନିଟାଇଜର୍ ଓ ଫେସ୍ ମାସ୍କର ବଜାର ପ୍ରବେଶ କରାଇଛି । କମ୍ପାନୀର ହିମାଚଳ ପ୍ରଦେଶର ବାଦି ପ୍ଲାଣ୍ଟକୁ ଗତ ସପ୍ତାହରେ ରାଜ୍ୟର ଡ୍ରଗ କଟ୍ରୋଲର ପକ୍ଷରୁ ହାଇଡ୍ରୋକ୍ଲୋରକୁଇନ୍ ତିଆରି କରିବାର ଲାଇସେନ୍ସ ପ୍ରାପ୍ତ ହୋଇଛି । ବଜାରରେ ଏହି ହ୍ୟାଣ୍ଡ ସାନିଟାଇଜର୍ ୧୦୦, ୨୦୦, ୫୦୦, ୧୦୦୦ ଏମ୍.ଏଲ୍ ଏବଂ ୫ ଲିଟରର ବଲ୍କ ପ୍ୟାକେଟରେ ଉପଲବ୍ଧ । ୨୦୦ ଏମ୍.ଏଲ୍ ହ୍ୟାଣ୍ଡ ସାନିଟାଇଜର୍ ମୂଲ୍ୟ ଭାରତ ସରକାରଙ୍କ ଦ୍ୱାରା ୧୦୦/-ଟଙ୍କା ଧାର୍ଯ୍ୟ କରାଯାଇଛି ।
ଏହି ଅବସରରେ ମୋରପେନ ଲାବ୍ରୋଟୋରିଜ୍ ଲିମିଟେଡ୍ର, ସଭାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶିଲ୍ ସୁରି କହିଛନ୍ତି ଯେ,“କରୋନର ସଂକ୍ରମଣ ଏବେ ଭାରତର ସମସ୍ତ ଅଞ୍ଚଳରେ ବହୁତ ଦୃତ ଗତିରେ ବ୍ୟାପିବାରେ ଲାଗିଛି । ସେଥିପାଇଁ ଆମେ ଯଥେଷ୍ଟ ସାମଗ୍ରୀ ଓ ଔଷଧ ଯୋଗାଇବା ପାଇଁ ପ୍ରୟାସ କରୁଛୁ । କରୋନା ବିରୋଧରେ ଲଢାଇ ପାଇଁ ଆମେ ଭାରତ ସରକାର ଏବଂ ଜନତାଙ୍କ ସହାର୍ଯ୍ୟ ନିମନ୍ତେ ଉତ୍ସାହିତ ।”
Comments are closed.