କାଲି ସକାଳ ୯ଟାରେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସନ୍ଦେଶ ଦେବେ ପ୍ରଧାନମନ୍ତ୍ରୀ, କରୋନାକୁ ନେଇ କରିପାରନ୍ତି ବଡ ଘୋଷଣା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ସକାଳ ୯ଟା ବେଳେ ଏକ ଭିଡିଓ ବାର୍ତ୍ତା ଜାରି କରିବେ । କରୋନା ଭାଇରସ ପରିସ୍ଥିତିକୁ ନେଇ ଦେଶ ଏବେ ଲକଡାଉନରେ ଥିବାବେଳେ ଦେଶବାସୀଙ୍କୁ ମୋଦୀ ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏ ସଂପର୍କରେ ଘୋଷଣା କରିଛନ୍ତି ।
At 9 AM tomorrow morning, I’ll share a small video message with my fellow Indians.
कल सुबह 9 बजे देशवासियों के साथ मैं एक वीडियो संदेश साझा करूंगा।
— Narendra Modi (@narendramodi) April 2, 2020
ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାବେଳେ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁବାରଦିନ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୋଦୀଙ୍କ ଭିଡିଓ ବାର୍ତ୍ତା ସଂପର୍କିତ ଘୋଷଣା ସୂଚାଉଛି ଯେ ସେ କୌଣସି ବଡ଼ ଘୋଷଣା କରିପାରନ୍ତି ।
ଗତ ମାର୍ଚ୍ଚ ୨୪ ତାରିଖରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ଲକଡାଉନ ଘୋଷଣା କରିଥିଲେ ମୋଦୀ । ଠିକ ଏହା ପୂର୍ବରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥର ଠିକ ସେପରି ହୋଇଥିବାରୁ ଏହି ଭିଡିଓ ବାର୍ତ୍ତାକୁ ଗୁରୁତ୍ୱ ଦିଆଯାଉଛି ।
Comments are closed.