ଇରାନ୍‌ରେ ଫସିଛନ୍ତି ୯ ହଜାର ଭାରତୀୟ

Share It

ନୂଆଦିଲ୍ଲୀ/ତେହେରାନ ,୧୨/୦୩:ଇରାନ୍‌ରେ ପ୍ରାୟ ୯ ହଜାର ଭାରତୀୟ ନାଗରିକ ଫସି ରହିଥିବା ସୂଚନା ଦେଇଛି ଭାରତର ବୈଦେଶିକ ମନ୍ତ୍ରାଳୟ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଇରାନ୍‌ର ବିଭିନ୍ନ ସହରରେ ଛାତ୍ର, ବ୍ୟବସାୟୀ, ପେଶାଜୀବୀ ଓ ତୀର୍ଥଯାତ୍ରୀମାନେ ଅଟକି ରହିଛନ୍ତି।ସେ କହିଛନ୍ତି ଯେ, ଇରାନ୍‌ରେ ଥିବା ଅନେକ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣାଯାଇଛି। ବିଶେଷକରି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଦେଶକୁ ଫେରିଆସିଛନ୍ତି।

ବୈଦେଶିକ ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ,ତେହେରାନ ସହିତ  ଅନ୍ୟାନ୍ୟ ସହରରେ ଥିବା ଭାରତୀୟମାନଙ୍କୁ ଆବଶ୍ୟକ ହେଲେ ଅଧିକ ସୁରକ୍ଷିତ ସ୍ଥାନ ଓ ସହରଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଭାରତୀୟ ଦୂତାବାସ ତାଙ୍କ ସହ ସମ୍ପର୍କ ରଖି ଲଗାତାର ସହଯୋଗ କରୁଛି।
ଏହି ପରିସ୍ଥିତିକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଓ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ୩ ଥର ଆଲୋଚନା କରିଥିବା ସୂଚନା ମିଳିଛି। ଭାରତୀୟ ନାଗରିକମାନଙ୍କ ସୁରକ୍ଷା ଓ ଫେରାଇ ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଲଗାତାର ଯୋଗାଯୋଗ ଚାଲିଛି।ବର୍ତ୍ତମାନ ସ୍ଥିତି ଉପରେ ବୈଦେଶିକ ମନ୍ତ୍ରାଳୟ ନିରନ୍ତର ନଜର ରଖିଛି ଏବଂ ଇରାନ୍‌ରେ ଥିବା ଭାରତୀୟମାନଙ୍କୁ ଯଥାସମ୍ଭବ ସମସ୍ତ ସହାୟତା ଯୋଗାଇ ଦିଆଯିବ ।


Share It

Comments are closed.