ଭୁବନେଶ୍ବରରେ କଂଗ୍ରେସର ବିକ୍ଷୋଭ, ମୁତୟନ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ
ଭୁବନେଶ୍ୱର: ଆଜି କଂଗ୍ରେସ ପକ୍ଷରୁ ରାଜଧାନୀରେ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଠୋର କରି ଭୁବନେଶ୍ୱରରେ ୫ଟି ଅସ୍ଥାୟୀ ପୋଲିସ୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
ସ୍ଥିତି ନିୟନ୍ତ୍ରଣ ରଖିବାକୁ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।
ନାରୀ ନିର୍ଯାତନା ଏବଂ ବିଧାୟକଙ୍କ ନିଲମ୍ବନ ପ୍ରସଙ୍ଗରେ ଏହି ଆନ୍ଦୋଳନ ଅନୁଷ୍ଠିତ ହେଉଛି। ବିଧାନସଭା ଘେରାଉ ପାଇଁ ୨୫ ହଜାରରୁ ଅଧିକ କଂଗ୍ରେସ କର୍ମୀ ଓ ସମର୍ଥକ ସାମିଲ ହେବେ।
ରାମ ମନ୍ଦିର ନିକଟରୁ ଏକ ପଦଯାତ୍ରା ଆରମ୍ଭ କରି କଂଗ୍ରେସ ନେତାମାନେ ବିଧାନସଭା ଅଭିମୁଖେ ରାଲି କରିଛନ୍ତି।
ସୁରକ୍ଷା ମଦ୍ୟନଜର ରାଜମହଲ ଛକରୁ ରୂପାଲି ଛକ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।
Comments are closed.