ଅତ୍ୟାଧୁନିକ ହୃଦ-ଚିକିତ୍ସା ଦ୍ୱାରା ୭୪ ବର୍ଷିୟା ମହିଳା ପାଇଲେ ନୂଆ ଜୀବନ
ଭୁବନେଶ୍ୱର : ରାଜଧାନୀ ସ୍ଥିତ ସମ୍ ଅଲ୍ଟିମେଟ ହସ୍ପିଟାଲରେ ୭୪ ବର୍ଷୀୟା ଜଣେ ମହିଳାଙ୍କ ସଫଳତାର ସହ ହୃଦରୋଗ ଚିକିତ୍ସା ହୋଇଛି । ଏହାର ନେତୃତ୍ୱ ନେଇଥିଲେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିଭୂତେନ୍ଦ୍ର ମହାନ୍ତି ।
ରୋଗୀ ଜଣକ ନିଶ୍ୱାସ- ପ୍ରଶ୍ୱାସ ନେବାରେ ଏବଂ ଦୁର୍ବଳତା ହେତୁ ଦୈନଦିନ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉକ୍ତ ରୋଗୀ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗ ଭଳି ଗମ୍ଭୀର ରୋଗରେ ପିଡୀତ ଥିବାବେଳେ ଗତ କିଛି ଦିନ ତଳେ ତାଙ୍କ ହୃଦଭଲ୍ଭର ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ବର୍ତମାନ କୃତ୍ରିମ ଭଲ୍ଭ ଖରାପ ହୋଇ ଯାଇଥିବା ଓ ବୟସାଧିକ ହେତୁ ଓପନ ହାର୍ଟ ସର୍ଜରୀ ନିମନ୍ତେ ସମସ୍ୟା ଉପୁଜୁଥିଲା । ତେଣୁ ଡାକ୍ତରମାନେ ଟିଏମଭିଆର (ଟ୍ରାନ୍ସ କ୍ୟାଥେଟର ଭଲ୍ଭ ରିପ୍ଲେସମେଂଟ) ନାମକ ଏକ କମ ବିପଦପୂଣ୍ଣ, ଅଣ-ଶଲ୍ୟଚିକିତ୍ସା ବିକଳ୍ପ ପାଇଁ ନିଷ୍ପତି ନେଇଥିଲେ ।
ଏହି ଉନ୍ନତ ପ୍ରକିୟା ଜଙ୍ଗ ଓ ତଳି ପେଟ ମଧ୍ୟସ୍ଥ ଏକ ଛୋଟ ଉନ୍ମୁକ୍ତ ଅଂଶ ମାଧ୍ୟମରେ କରାଯାଇଥିଲା ଏବଂ ଏହି ଉନ୍ନତ ପଦ୍ଧତି ମାଧ୍ୟମରେ ଛାତିକୁ କାଟିବାକୁ ଆବଶ୍ୟକ ପଡିନଥିଲା ବରଂ ଏକ ଶିରା ମାଧ୍ୟମରେ ହୃତପିଣ୍ଡ ଭିତରେ ନୂତନ ଭଲ୍ଭ ପ୍ରତିରୋପଣ କରାଯାଇଥିଲା । ଏହା ସର୍ବଶେଷ ପ୍ରଯୁକ୍ତି ବିଦ୍ୟା ସହ ସଜ୍ଜିତ ଏକ ଆଧୁନିକ କାର୍ଡିଆକ କ୍ୟାଥେଟେରାଇଜେସନ ଲ୍ୟାବରେ ହାଲୁକା ନିଦ୍ର ଔଷଧରେ କରାଯାଇଥିଲା ।
ପ୍ରକ୍ରିୟା ପରେ ସ୍କାନରୁ ଜଣାପଡିଲା ଯେ ନୂତନ ହୃଦସ୍ପନ୍ଦନ ଭଲ୍ଭ ସଠିକ ଭାବରେ କାମ କରୁଛି । ରୋଗ ସଠିକ ଭାବରେ ସୁସ୍ଥ ହୋଇଗଲେ ଏବଂ କିଛି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।
ଡାକ୍ତର ମହାନ୍ତି କହିଛନ୍ତି, “ଏହି ଚିକିତ୍ସା ପାରମ୍ପରିକ ଅସ୍ତ୍ରୋପଚାର କରାଇ ପାରୁନଥିବା ବୟସ୍କ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ, ଭାରତରେ ନିର୍ମିତ ହୃଦଭଲ୍ଭ ଯୋଗୁଁ ସମ୍ଭବ ଅଟେ, ଆମେ ଏବେ କମ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଦାନ କରିପାରିବା । ”
Comments are closed.