ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର; ଓଡିଶାକୁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ

ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ

Share It

ଭୁବନେଶ୍ୱର, ୨୨ ଫେବୃଆରୀ ୨୦୨୪: ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗର୍ବର ସହିତ ଓଡିଶା ଟ୍ରାଭେଲ ବଜାର ୨୦୨୫ର ୬ଷ୍ଠ ସଂସ୍କରଣର ଘୋଷଣା କରାଯାଉଛି । ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ କାର୍ଯ୍ୟକ୍ରମ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟର ସାଂସ୍କୃତିକ ଐତିହ୍ୟ, ଶାନ୍ତ ବେଳାଭୂମି, ଇକୋ-ଟୁରିଜିମ ଓ ଆଡ୍‌ଭେଂଚର ଟୁରିଜିମ ଅଫରିଙ୍ଗଗୁଡିକୁ ହାଇଲାଇଟ କରିଥିଲେ ।
ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲୱନ୍ତ ସିଂହ ଓଡିଶାର ପର୍ଯ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ପର୍ଯ୍ୟଟନ ନୀତି, ପଦକ୍ଷେପ ଓ ରଣନୈତିକ ଦୃଷ୍ଟିକୋଣ ଉପରେ ମୂଲ୍ୟବାନ ତଥ୍ୟ ସେୟାର କରିଥିଲେ ।

୬ଷ୍ଠ ଓଡିଶା ଟ୍ରାଭେଲ ବାଜାର ୨୦୨୫ ହେଉଛି ଏକ ପ୍ରମୁଖ କ୍ରେତା-ବିକ୍ରେତା ସମ୍ମିଳନୀ ଯାହା ଜାତୀୟ ଓ ଆନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେଶନ ମ୍ୟାନେଜମେଂଟ କମ୍ପାନୀ (ଡିଏମ୍‌ସି) ଓ ଓଡିଶାର ବିକ୍ରେତା ମାନଙ୍କୁ ଏକତ୍ରିତ କରିବ । ମେ’ଫେୟାର କନ୍‌ଭେନଶନ ଓ ସ୍ୱସ୍ତି ପ୍ରିମିୟମ ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ଓଡିଶାର ବିସ୍ତୃତ ପର୍ଯ୍ୟଟନ କ୍ଷେତ୍ରକୁ ଅନ୍ୱେଷଣ କରିବା ପାଇଁ ଅନୁମତି ଦେବ ।

ଏହାର ସଫଳତାକୁ ବଜାୟ ରଖି ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାକୁ ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ । ରାଜ୍ୟର ଲୁକ୍କାୟିତ ସ୍ଥାନଗୁଡିକ ଏବେ ବାସ୍ତବ ଅନୁଭୂତି ଚାହୁଁଥିବା ଭ୍ରମଣକାରୀଙ୍କ ପାଇଁ ପ୍ରାଥମିକ ପସନ୍ଦ ଭାବେ ସ୍ୱୀକୃତି ଲାଭ କରୁଛନ୍ତି । ନିଜର ଅନନ୍ୟ ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟ ସହିତ ଓଡିଶା ବିବିଧ ଓ ଆକର୍ଷଣୀୟ ଭ୍ରମଣ ଅନୁଭୂତି ଦେଉଛି ଯାହା ବର୍ଷ ପରେ ବର୍ଷ ପରିଦର୍ଶକମାନଙ୍କୁ ଆକର୍ଷିତ କରିଆସୁଛି ।

ଓଡିଶା ଟ୍ରାଭେଲ ବଜାର ୨୦୨୫ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଘରୋଇ ଓ ଆନ୍ତର୍ଜାତୀୟ ବଜାରରେ ଓଡିଶାର ପର୍ଯ୍ୟଟନସ୍ଥଳୀଗୁଡିକୁ ପ୍ରୋତ୍ସାହିତ କରିବା । ଓଡିଶାରେ ଥିବା ସମ୍ଭାବନାଗୁଡିକର ଏକ ସତେଜ ଦୃଷ୍ଟିକୋଣ ଉପସ୍ଥାପନ କରି ରାଜ୍ୟ ସରକାର ଆନ୍ତର୍ଜାତୀୟ ମାନର ଏକ ବହୁମୂଖୀ ପର୍ଯ୍ୟଟନ କେନ୍ଦ୍ର ଭାବେ ଓଡିଶାକୁ ଅବସ୍ଥାପିତ କରିବା ପାଇଁ ରଣନୈତିକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ, ବେଲ୍‌ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ର ଅଧିକ ବିଦେଶୀ ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ୭୦ ଜଣ ସେଲର, ଘରୋଇ ଟୁର ଅପରେଟର (ଡିଟିଓ) ଓ ବିଦେଶୀ ଟୁର ଅପରେଟର (ଏଫ୍‌ଟିଓ)ଙ୍କ ମଧ୍ୟରେ ବି୨ବି ବୈଠକଗୁଡିକ ଉପରେ ଗୁରୁତ୍ୱ ଦେବ । ଏଥିସହିତ ଅଂଶଗ୍ରହଣକାରୀମାନେ ଭିତରକନିକା, ରଘୁରାଜପୁର, ପୁରୀ-କୋଣାର୍କ, ଡାଇମଣ୍ଡ ଟ୍ରାଏଙ୍ଗେଲ ଭଳି ଓଡିଶାର ବିଭିନ୍ନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀଗୁଡିକୁ ଯାତ୍ରା କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେଲରମାନଙ୍କ ସହ ୩୦୦୦ ପୂର୍ବ ନିର୍ଦ୍ଧାରିତ ବୈଠକ ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ ବି୨ଜି ବୈଠକ ଓ ଆଡ୍‌ଭେଂଚର ୱାର୍କସପ ଏହି କାର୍ଯ୍ୟକ୍ରମର ପ୍ରମୁଖ ଅଂଶ ହେବାକୁ ଯାଉଛି ।

ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ କରିବା ଏବଂ ବିଶ୍ୱବ୍ୟାପୀ ଭ୍ରମଣକାରୀଙ୍କ ପାଇଁ ଏକ ନିଶ୍ଚିତ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ରାଜ୍ୟକୁ ଅବସ୍ଥାପିତ କରିବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି ।


Share It

Comments are closed.