୬୫% ଜନସାଧାରଣ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟ, ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

Share It

ଏହି ସମୟରେ ଦେଶ କରୋନା ଭାଇରସ ପ୍ରକୋପ ଯୋଗୁଁ ଜର୍ଜରିତ ହେଉଥିବାବେଳେ ଅନ୍ୟପଟେ କେନ୍ଦ୍ର ସରକାର ଏହି ଭାଇରସର ସଂକ୍ରମଣକୁ କିପରି ପ୍ରତିହତ କରାଯାଇ ପାରିବ ତାହାକୁ ନେଇ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଏହି ମଧ୍ୟରେ ଜନସାଧାରଣ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ଖୁବ ଖୁସି ଥିବାର ମଧ୍ୟ ଜଣା ପଡୁଛି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ଜନସାଧାରଣଙ୍କ ମତ କ’ଣ ରହିଛି ସେଥିପାଇଁ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଲୋକପ୍ରିୟତାରେ ୬୫ % ସମର୍ଥନ ନରେନ୍ଦ୍ର ମୋଦିଙ୍କୁ ମିଳିଥିବାବେଳେ ଅନ୍ୟପଟେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀ ତୁଳନାରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମର୍ଥନ ମିଳିଛି । ରିସର୍ଚ ଫର୍ମ ‘ସି’ ଭୋଟର “ସବୁଠାରୁ ବଡ, ନିଶ୍ଚିତ ଏବଂ ସ୍ୱତନ୍ତ୍ର ସର୍ବେକ୍ଷଣ,” ଷ୍ଟେଟ ଅଫ ନେସନ୨୦୨୦: ମେ” ପକ୍ଷରୁ ଏହି ସର୍ବେକ୍ଷଣର ଆୟୋଜନ କରାଯାଇଥିଲା । ଏହି ସର୍ବେକ୍ଷଣରେ ଦେଶର ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୩୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରତିକ୍ରିୟା ସଂଗ୍ରହ କରାଯାଇଥିଲା ।
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାରାହାରି ୬୫.୫୯% ପ୍ରତିଶତ ସମର୍ଥନ ମିଳିଥିବାବେଳେ ଅନ୍ୟପଟେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀରେ ନବୀନ ପଟ୍ଟନାୟକଙ୍କୁ ପ୍ରଚୁର ସମର୍ଥନ ମିଳିଛି । ସର୍ବେକ୍ଷଣରେ ଜାଣିବାକୁ ମିଳିଛି ଯେ, ନୀବନ ପଟ୍ଟନାୟକ, ଛତିଶଗଡର ଭୁପେଶ ସିଂହ ୱାଘଲେ ଏବଂ କେରଳ ମୁଖମନ୍ତ୍ରୀ ପନିର ବିଜୟନଙ୍କ ମଧ୍ୟରେ ଖୁବ କଡା ଟକ୍କର ଦେଖିବାକୁ ମିଳିଥିବା । ସବୁଠାରୁ କମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହରିୟାଣାର ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡର ଟିଏ ରାୱତ, ପଞ୍ଜବାର ଅମରିନ୍ଦ୍ର ସିଂହ ରହିଛନ୍ତି ।


Share It

Comments are closed.