ଟେଷ୍ଟ କ୍ରିକେଟରେ ଗୋଟିଏ ଓଭରରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳୀ
ଜଶପ୍ରୀତ ବୁମରା : ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳୀଙ୍କ ଭିତରେ ଅଛନ୍ତି ଭାରତର ଯଶପ୍ରୀତ ବୁମରା । ବୁମାର ଇଂଲଣ୍ଡର ଷ୍ଟୁଆର୍ଟ ବର୍ଡଙ୍କୁ ଗୋଟିଏ ଓଭରରେ ୩୫ ରନ ମାରିଥିଲେ । ଏହି ଟେଷ୍ଟ କ୍ରିକେଟ ଇତିହାସର ସବୁଠାରୁ ବଡ ଓଭର ଥିଲା ।
ବ୍ରାଏନ ଲାରା : ଟେଷ୍ଟ କ୍ରିକେଟରେ ଗୋଟିଏ ଓଭରରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳୀଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା । ଲାରା ବର୍ଷ ୨୦୦୩ରେ ଦକ୍ଷିଣ ଆଫ୍ରିକା ଦୃତ ବୋଲର ରବିନ ପିଟରସନଙ୍କ ଗୋଟିଏ ଓଭରରେ ୪ ଚୌକା ଏବଂ ୨ଟି ଛକା ମାରି କୀର୍ତ୍ତି ଅର୍ଜନ କରିଛନ୍ତି ।
ଜର୍ଜ ବେଲି : ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଜର୍ଜ ବେଲି । ବେଲି ୨୦୧୩-୧୪ ଆସେସ ସିରିଜରେ ଇଂଲଣ୍ଡର ଦୃତ ବୋଲର ଆଣ୍ଡ୍ରସନଙ୍କୁ ରଡାରରେ ଆଣିଥିଲେ । ସେ ଗୋଟିଏ ଓଭରରେ ୩ ଛକା, ୨ ଚୌକା ଏବଂ ଗୋଟିଏ ଡବଲ ରନ କରି ୨୮ ରନ ସଂଗ୍ରହ କରିଥିଲେ ।
କେଶବ ମାହାରଜ : ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର କେଶବ ମାହାରାଜ । କେଶବ ଇଂଲଣ୍ଡର ପାର୍ଟ ଟାଇମ ସ୍ପିନକ ଜୋ ରୁଟଙ୍କୁ ଗୋଟିଏ ଓଭରରେ ୪ ଚୌକା ଏବଂ ୨ ଛକା ମାରି ୨୮ ରନ ସଂଗ୍ରହ କରିଛନ୍ତି ।
ସାହିଦ ଆଫ୍ରିଦି : ତାଲିକାର ୫ ସ୍ଥାନରେ ଅଛନ୍ତି ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି । ଆଫ୍ରିଦି ଭାରତୀୟ ସ୍ପିନର ହରଭଜନ ସିଂହଙ୍କୁ ଗୋଟିଏ ଓଭରରେ ୩ ଛକା ମାରି ୨୭ ରନ ସଂଗ୍ରହ କରିଛନ୍ତି ।
Comments are closed.