ପ୍ରଦେଶ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଯାତ୍ରା ଆୟୋଜିତ
ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ରାଜମହଲ ଛକଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଅ ଯାତ୍ରା କରାଯାଇଥିଲା । ଏହାପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଦାସଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଅ ସମାବେଶ ଆୟୋଜିତ ହୋଇଥିଲା। ଏହି ଅବସରରେ ପିସିସି ସଭାପତି ଦାସ କହିଥିଲେ ଯେ ଦେଶର ସମ୍ବିଧାନ ଆଜି ସଙ୍କଟରେ ।
ସମ୍ବଧାନର ସୁରକ୍ଷା ପାଇଁ ଲଢ଼େଇ କରିବା ପ୍ରତ୍ୟେକ ରାଜନୈତିକ ଦଳର କର୍ତ୍ତବ୍ୟ ତଥା ସାଧାରଣ ଜନତାଙ୍କର ମଧ୍ଯ କର୍ତ୍ତବ୍ୟ । ମୋଦି ସରକାର ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ଦୁରୂପୋଯୋଗ କରୁଛନ୍ତି । ବିଜେପି ସରକାର ଏବଂ ବିଜେପି ଦଳ ଭାରତ ବର୍ଷର ସମ୍ବିଧାନକୁ ବିକୃତ କରିଚାଲିଛନ୍ତି। ବିଜେପି ଓ ଆରଏସଏସର ବିଚାରଧାରାରେ ସମ୍ବିଧାନକୁ ବଦଳେଇବା ପାଇଁ ନିଷ୍ପତ୍ତି ନିଆଯାଉଛି।
ଘୃଣା, ହିଂସା, ଭେଦଭାବ ସୃଷ୍ଟଚ଼ରି ଭାଇଚାରାକୁ ନଷ୍ଟ କରାଯାଉଛି । ଏହାଦ୍ୱାରା ଦେଶରେ ଥିବା ବିଭିଦତା ଭିତରେ ଐକ୍ୟତା ଓ ଜାତୀୟ ସଂହତି ନଷ୍ଟ ହେଉଛି । ଏଥିପାଇଁ ଆମ ସମସ୍ତଙ୍କୁ ସତର୍କ ରହିବା ସହିତ ଭାରତ ବର୍ଷର ସାଧାରଣ ଜନତାକୁ ଏଭଳି ପରସ୍ଥିତି ପାଇଁ ସଚେତନ କରିବାକୁ ପଡ଼ିବ । କେନ୍ଦ୍ର ବିଜେପି ସରକାର ଶାସନ କାଳ ସମୟରେ ନିର୍ବାଚନ ଆୟୋଗ ନିଜର ଗାରିମା ସଂପୂର୍ଣ ଭାବରେ ନଷ୍ଟ କରିଦେଇସାରିଛି। ନିର୍ବାଚନ ଆୟୋଗ ଆଜି ବିଜେପିର ଖେଳନା ସାଜିଛି । ଗଣଙ୍କ ନିଷ୍ପତିକୁ ଗୌଣ କରି ଦିଆଯାଉଛି । ନ୍ୟାୟାଳୟ ଆଉ ନିରପେକ୍ଷ ନାହିଁ । ବିରୋଧ ଦଳର ନେତବର୍ଗଙ୍କୁ ଇ.ଡ଼ି., ସିବିଆଇ, ଆଇଟି, ଅଧୂକାରୀଙ୍କ ଦ୍ବାରା ବିଭିନ୍ନ ମିଛ ମାମଲା ଦାୟର କରି ଭୟଭୀତ କରାଯାଉଛି ।
ଫଳସ୍ବରୂପ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲିବାକୁ ନିର୍ବାଚିତ ପ୍ରତିନିଧୂମାନେ ଭୟ କରୁଛନ୍ତି । ସରକାରୀ ଚାପ, ଭୟ ଓ ବିଭିନ୍ନ ଆର୍ଥକ ପ୍ରଲୋଭନରେ ଆଜି ଚତୁର୍ଥ ସ୍ତମ୍ଭ ସଂପୂର୍ଣ ରୂପେ କବଳିତ ଫଳରେ ସତ୍ୟ ଓ ନ୍ୟାୟ ପାଇଁ ନ୍ୟାୟର ଲଢ଼େଇ ପାଇଁ ଯେଉଁ ଚତୁର୍ଥ ସ୍ତମ୍ଭ ସୃଷ୍ଟି କରାଯାଇଥିଲା ତାହା ଆଜି ସେ ଉଦ୍ଦେଶ୍ୟ ଠାରୁ ବହୁ ଦୂରରେ। ଏଥିପାଇଁ ଆମ ସମ୍ବିଧାନର ସୁରକ୍ଷାର ଆବଶ୍ୟକତା ରହିଛି। ସମ୍ବିଧାନ ବଂଚିଲେ ଗଣତନ୍ତ୍ର ବଂଚିବ ଓ ଦେଶ ମଧ୍ୟ ବଂଚି ରହିବ।
ଓଡ଼ିଶା ପ୍ରଭାରୀ ଅଜୟ କୁମାର କହିଲେ ଯେ ଦେଶରେ ବିଜେପି ସରକାର ଏକ ନୂଆ ସମ୍ବିଧାନ ପ୍ରଣୟନ ପାଇଁ ଅପଚେଷ୍ଟା କରୁଛି । ଦୁର୍ନୀତି ବିଜେପିର ନୀତି ହୋଇଛି । ଆଳି ଭାରତ ବର୍ଷର ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ କୁ ମୋଦିଙ୍କ ବନ୍ଧୁ ବ୍ୟବସାୟୀଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଉପରେ ପ୍ରହାର କରାଯାଉଛି । ଚାଷୀ, ଯୁବକ, ଛାତ୍ର ଓ ମହିଳା ସରକାରୀ ଷଡଯନ୍ତ୍ରରେ ଶିକାର। ସମସ୍ତଙ୍କର ସାମ୍ବିଧାନିକ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ ଦଳିତ, ଆଦିବାସୀ ଓ ପଛୁଆବର୍ଗ ବିଜେପି ସରକାରରେ ସଂପୂର୍ଣ୍ଣ ଉପେକ୍ଷିତ । ସମ୍ବିଧାନ ସେମାନଙ୍କୁ ଦେଇଥିବା ଅଧୁକାର କାର୍ଯ୍ୟକାରୀ ହେବାରେ ବିଜେପି ସରକାର ବାଧକ ସାଜିଛି । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଅଧିକାରରୁ ବଞ୍ଚିତ କରାଯାଉଛି । ଆଦିବାସୀଙ୍କୁ ବାସଚ୍ୟୁତ କରାଯାଉଛି। ସେମାନଙ୍କର ବାସସ୍ଥାନରେ ଥିବା ଖଣି, ଖାଦାନ ଲୁଟ ହେଉଛି। ମାତ୍ର ପେସା ଆଇନ ଲାଗୁ କରାଯାଉ ନାହିଁ । ଜଙ୍ଗଲ ଅଧିକାର ଆଇନର ଖୁଲା ଭଲଙ୍ଘନ କରାଯାଉଛି।
Comments are closed.