ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ:ଗଣେଶ ରାମ ସିଂ ଖୁଣ୍ଟିଆ
ଭୁବନେଶ୍ୱର,୩୧/୦୩:ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ।ବିଧାନସଭାରେ ସାମ୍ନାକୁ ଆସିଛି ଚକିତ କଲା ଭଳି ତଥ୍ୟ। ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ।୫୧ ଟି ବନଖଣ୍ଡ ରେ ଏହି ମୃତ୍ୟୁ ସଂଖ୍ୟା ସାମ୍ନା କୁ ଆସିଛି।ସେହିପରି ୫୫୮୭ ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।ସେହିପରି ୪୭ ହଜାର ୪୯୯.୧୨ ଏକର ଫସଲ ନଷ୍ଟ ହୋଇଛି।
ସର୍ବାଧିକ ଢେଙ୍କାନାଳ ବନଖଣ୍ଡ ରେ ୯୧ ଜଣଙ୍କ ଜୀବନ।ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝର ରେ ୧୫୪ ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।ସେହିପରି ଗତ ତିନି ବର୍ଷରେ ରାଜ୍ୟରେ ୨୬୪ ଟି ହାତୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୨ ଟି ପ୍ରାକୃତିକ କାରଣ ଦ୍ୱାରା ୧୩୨ ଅପ୍ରାକୃତିକ କାରଣ ରୁ ପ୍ରାଣ ହରାଇଛନ୍ତି।
ସେହିପରି ସେହି ସମୟ ମଧ୍ୟରେ ୪ ଟି ମହାବଳ ବାଘ , ୨୫ ଟି କଲରା ପତରିଆ ବାଘ, ୧୪୨୬ ଟି ଅନ୍ୟାନ୍ୟ ବନ୍ୟଜନ୍ତୁ ଙ୍କ ମୃତ୍ୟୁ ହୋଇଛି । ସେଥିରୁ କେବଳ ଶିକାରୀଙ୍କ ଦ୍ୱାରା ୪୪୭ ବନ୍ୟଜନ୍ତୁ ଙ୍କ ମୃତ୍ୟୁ ହୋଇଛି।ସେହିପରି ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଙ୍କ ଦ୍ଵାରା ୫୨୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ଆହାତ ହୋଇଛନ୍ତି।
ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ୩୦୭୪ ଜଣ ଶିକାରୀ ଗିରଫ ହୋଇଛନ୍ତିହାତୀଙ୍କ ଗୀତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ବନ ଖଣ୍ଡ ରେ ୧୪୨୦ ଗୋଟି ପ୍ରାକ ସତର୍କତା ବ୍ୟବସ୍ଥା ଲାଗୁ କରାଯାଇଛି।



Comments are closed.