ସରକାରୀ ମେଡିକାଲରେ 4107 ମେଡିକାଲ ଅଫିସର ପଦବୀ ଖାଲି
ଭୁବନେଶ୍ୱର,୨୩/୦୩:ସରକାରୀ ମେଡିକାଲରେ ଖାଲି ଚେୟାର। ହଜାର ହଜାର ପଦବୀ ଖାଲି।4107 ମେଡିକାଲ ଅଫିସର ପଦବୀ ଖାଲି। 15 ହଜାର 793 ମେଡିକାଲ ଅଫିସର ଥିବା ବେଳେ 11 ହଜାର 186 ମେଡିକାଲ ଅଫିସର ଅଛନ୍ତି।ସେହିଭଳି 18 ହଜାର 945 ନର୍ସିଙ୍ଗ ଅଫିସର,2644 ଫର୍ମାସୀ ଅଫିସର, 1283 ଲାଇବ୍ରେରୀ ଟେକନିସିଆନ, 602 ରେଡ଼ିଓ ଗ୍ରାଫର, 438 ଓଫଥାଲମିକ ଅଫିସର ଖାଲି।ଅନ୍ୟପଟେ ନୂଆ ସରକାର ଆସିବା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୁନରେ ୧୦୮ ଜଣ ସହକାରୀ ପ୍ରଫେସରଙ୍କୁ, ୫ ଜଣ ଏଲୋପାଥ୍କ ଡାକ୍ତରଙ୍କୁ, ୮୫ ଜଣ ହୋମିଓପାଥ୍କ ଡାକ୍ତରଙ୍କୁ ଏବଂ ୧୧୫ ଜଣ ଆୟୁଷ (ଆୟୁର୍ବେଦ) ଡାକ୍ତରଙ୍କୁ ଓଡିଶା ଲୋକ ସେବା ଆୟୋଗଙ୍କ ମାଧ୍ୟମ ରେ ଚୟନ କରାଯାଇ ନିଯୁକ୍ତି ପ୍ରଦାନ କରାଯାଇଛି।ସେହିପରି ୧୧୭ ଜଣ ନସିଂ ଅଫିସର, ୨୩୯ ଜଣ ରେଡିଓଗ୍ରାଫର, ୨୦୩ ଜଣ ଫର୍ମାସୀ ଅଫିସର, ୨୭୫୩ MPHW(F) ଓ ୬୮୬ MPHW(M)ଙ୍କୁ ଏହି ସମୟ ମଧ୍ୟରେ ନିଯୁକ୍ତି ଦିଆଯାଇଅଛି। ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର।

Comments are closed.