ଶବନମଙ୍କ ପରେ ଫାଶୀ ପାଇବେ ଆଉ ୩୪ ଦୋଷୀ

Share It

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ହେବାପରେ ଦେଶରେ ପୁଣି ଆଉ ଜଣକୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଏଠାରେ ଫାଶୀ ଖୁଣ୍ଟରେ ଝୁଲିବେ ଜଣେ ମହିଳା। ନିଜ ପରିବାରର ୭ଜଣଙ୍କୁ ନିର୍ମମ ହତ୍ୟା ମାମଲାରେ ଶବନମକୁ ଫାଶୀ ଦିଆଯିବ। ଶବନମଙ୍କ ପରେ ଆହୁରି ଅନେକ ଦୋଷୀଙ୍କୁ ଫାଶୀ ଦିଆଯିବାର ଅଛି। ଏହି ତାଲିକାରେ ୩ଜଣ ମହିଳାଙ୍କ ନାଁ ବି ସାମିଲ ଅଛି। ଏମାନଙ୍କ ଦୟା ଯାଚିକା ଖାରଜ କରାଯାଇଛି।

ଆଗକୁ ଆଉ ୩୧ ପୁରୁଷ ଓ ୩ ମହିଳାଙ୍କୁ ଫାଶୀ ଦିଆଯିବାର ଅଛି। ଏମାନଙ୍କ ମଧ୍ୟରେ ଅଛନ୍ତି ନିଠାରୀ କାଣ୍ଡ ଦିସୁ ସୁରେନ୍ଦ୍ର କୋଲି। ୨୦୧୪ ରେ ରାଷ୍ଟ୍ରପତି କୋଲିର ଦୟା ଯାଚିକା ଖାରଜ କରିଦେଇଥିଲେ। କୋଲିକୁ ମେରଠ ଜେଲରେ ଫାଶୀ ଦିଆଯିବ।

ଏହାପୂର୍ବରୁ ୩ଜଣଙ୍କୁ ଫାଶୀ ଦିଆଯାଇଛି। ସେମାନେ ହେଲେ ଆତଙ୍କବାଦୀ ଅଜମଲ କସାଵ, ଅଫଜଲ ଗୁରୁ ଓ ୟାକୁବ ମେମନ । ଏମାନଙ୍କୁ ୨୦୧୨, ୨୦୧୩ ଓ ୨୦୧୫ ରେ ଫାଶୀ ଦିଆଯାଇଥିଲା। ଅଫଜଲ ଓ କସାଵ ସଂସଦ ହମଲା ସହ ଜଡିତ ଥିଲେ। ୟାକୁବ ମେମନ ମୁମ୍ବାଇ ବିସ୍ଫୋରଣରେ ସାମିଲ ଥିଲା। ଏମାନଙ୍କ ପରେ ଦେଶରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା।

ଶବନମଙ୍କ ପରେ ଯେଉଁ ୩ ମହିଳାଙ୍କୁ ଫାଶୀ ଦିଆଯିବ ସେମାନେ ହେଲେ ହରିୟାଣାର ସୋନିଆ, ମହାରାଷ୍ଟ୍ରର ରେଣୁକା ଓ ସୀମା। ଏମାନଙ୍କ ଫାଶୀରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ସୋନିଆ ନିଜ ପରିବାର ସଦସ୍ୟଙ୍କ ହତ୍ୟାର ଦୋଷୀ। ସୋନିଆଙ୍କ ପିତା ହିସାର ବିଧାୟକ ଥିଲେ। ସୋନିଆଙ୍କ ସ୍ୱାମୀ ସଂଜୀବକୁ ମଧ୍ୟ ଫାଶୀ ଦିଆଯିବ। ସେ ବି ବର୍ତ୍ତମାନ ଜେଲରେ।

ଅମରୋହର ଶବନମ ନିଜ ପ୍ରେମିକ ସଲିମ ସହ ମିଶି ନିଜ ପରିବାରର ୭ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଶବନମଙ୍କ ଏକ ପୁଅ ବି ଅଛି। ସଲିମ ମଧ୍ୟ ଜେଲରେ ଫାଶୀ ଅପେକ୍ଷାରେ। ତେବେ ଶବନମଙ୍କ ଡେଥ ୱାରେଣ୍ଟ ଦସ୍ତଖତ ହୋଇନାହିଁ। ଶବନମଙ୍କୁ ଯିଏ ଫାଶୀ ଖୁଣ୍ଟରେ ଝୁଲାଇବେ, ଜଲ୍ହାଦ ପବନ କୁମାରଙ୍କୁ ବି ଏବେ ଯାଏଁ କୌଣସି ଅଫିସିଆଲ ସୂଚନା ଦିଆଯାଇନାହିଁ।


Share It

Comments are closed.