ସୀମାରେ ଭାରତ-ଚୀନ ସେନା ହାତାହାତି, ୩ ଭାରତୀୟ ଯବାନ ସହିଦ


କିଛି ଦିନର ବିରତି ପରେ ପୁଣି ସୀମାରେ ଉତ୍ତେଜନା ଦେଖାଦେଇଛି । ଗତ କିଛି ତଳେ LAC ସୀମାରେ ଭାରତର ରାସ୍ତା ନିର୍ମାଣକୁ ନେଇ ଚୀନ୍‌ ସେନା ସହିତ ବିବାଦ ଦେଖାଦେଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି କିଛିଟା ଶାନ୍ତ ପଡିଥିଲା । କିନ୍ତୁ ଏବେ ପୁଣି ଅଶାନ୍ତ ହୋଇଛି ସୀମା । ଲଦ୍ଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଭାରତର ଜଣେ ଅଧିକାରୀ ଓ ୨ ଯବାନ ସହିଦ ହୋଇଥିବାର ଖବର ମିଳିଛି । ଗତକାଲି ରାତିର ସଂଘର୍ଷ ପରେ ଅଧିକାରୀ ସ୍ତରୀୟ ଆଲୋଚନା ଜାରି ରହିଛି । ୧୯୬୨ ପରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇନଥିଲା । ୧୯୬୨ ପରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇନଥିଲା । ପ୍ରାୟ ୫୦ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ଏଭଳି ସ୍ଥିତି ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ଗତମାସରେ ଉଭୟ ଦେଶରେ ସୀମା ବିବାଦ ଦେଖାଦେଇଥିଲା । ସୀମାରେ ଭାରତର ରାସ୍ତା ନିର୍ମାଣକୁ ଚୀନ୍‌ ପ୍ରବଳ ବିରୋଧ କରିଥିଲା । ଯାହାର ପରିସ୍ଥିତି ଏପରି ହୋଇଥିଲା କି ଉଭୟ ଦେଶ ସୀମାରେ ବିପୁଳ ପରିମାଣର ସେନା ମୃତୟନ କରିଥିଲେ । ଗତମାସରେ ସୀମା ବିବାଦ ହଟାଇବାକୁ ଦୁଇ ଦେଶ ମଧ୍ୟରେ ୧୫ଦିନରେ ୩ଥର ବୈଠକ ବସିଥିଲା । କିନ୍ତୁ ଫଳାଫଳ ସେତେଟା ଭଲ ହୋଇନଥିଲା । ତେବେ ସୀମାରେ ଧୀରେ ଧୀରେ ସ୍ଥିତି ସୁଧୁରୁଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ଏପରି ଏକ ଖବର ଆସିଛି ।

ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ସୀମା ବିବାଦର ଶେଷ ଗୁଳି ୭୦ ଦଶକରେ ଚାଲିଥିଲା । ଗଲଓ୍ୱାନ୍‌ ଘାଟିରେ ପ୍ରାୟ ୫୦ ବର୍ଷ ପରେ ଏହା ଭାଙ୍ଗିଥିବା ସୂଚନା ମିଳିଛି । ଚୀନ୍‌ ସେନା ପକ୍ଷରୁ ଗଲଓ୍ୱାନ୍‌ ଘାଟିରେ ବାରମ୍ବାର ଅନୁପ୍ରବେଶ କରାଯାଉଛି । ଭୌଗଳିକି ଦୃଷ୍ଟିରୁ ଗଲଓ୍ୱାନ୍‌ ଦ୍ୱୀପ ଭାରତ ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ଏଠାରେ ଅନୁପ୍ରବେଶ କରି ସବୁବେଳେ ଉତ୍ତେଜନାର ମଞ୍ଜି ପକାଉଥିଲା ଡ୍ରାଗନ । ଆଜିର ଏହି ଘଟଣା ପରେ ସୀମାରେ ଉତ୍ତେଜନା ବଡିବାର ଆଶଙ୍କା ଦେଖାଦେଇଛି ।


Share It

Comments are closed.