ଆଜି ଠାରୁ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା


ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା । କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ ।

ସେହିପରି ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରିବାକୁ ମଧ୍ୟ କିଛି ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ଭିତରେ ପରୀକ୍ଷା କରାଯିବ। ଅକ୍ଟୋବର ୧୦ ସୁଦ୍ଧା ଏ ସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଛି । ପୂର୍ବରୁ ରାଜ୍ୟ ସରକାର କରୋନା ପାଇଁ ଶେଷ ସେମିଷ୍ଟର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଥିଲେ ।


Share It

Comments are closed.