କରୋନାରୁ ଶୀଘ୍ର ସୁସ୍ଥ ହେବାକୁ ଆପଣାନ୍ତୁ ଏହି ୩ଟି ଉପାୟ

Share It

ଭୁବନେଶ୍ୱର:ମାରାତ୍ମକ କୋଭିଡ-୧୯ଭାଇରସକୁ ହରାଇ ଏଥିରୁ ଅନେକ ସୁସ୍ଥ ହୋଇଛନ୍ତି । ମାତ୍ର ଏଥିରୁ ସୁସ୍ଥ ହୋଇଥିବା ଲୋକମାନେ ପୁନଃରୁଦ୍ଧାର ଯାତ୍ରା ସମୟରେ ନିଜର ସମ୍ପୂର୍ଣ୍ଣ ଯତ୍ନ ନେବା ଆବଶ୍ୟକ କରନ୍ତି । ଏହା ସହଜ ହୋଇନପାରେ ତଥାପି, ନିଜର ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତନ ଅନ୍ତର୍ଭୁକ୍ତ କରି, ଆପଣ ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବୋ ଏହି ସମ୍ପର୍କରେ ଦିଲ୍ଲୀ ମ୍ୟାକ୍ସ ହେଲଥକେୟାର ଆଂଚଳିକ ମୁଖ୍ୟ ତଥା ଆହାର ବିଶେଷଜ୍ଞ ଡା ରୀତିକା ସମଦ୍ଦାରକିଛି ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ପ୍ରୋଟିନ ଏକ ଅତ୍ୟାବଶ୍ୟକ ପୋଷକତତ୍ୱ ଯାହା କୋଷର ବୃଦ୍ଧି ଏବଂ ମାଂସ ପେଶୀର ପୁନର୍ଜୀବନରେ ସାହାଯ୍ୟ କରେ ଏବଂ ଏହାଶରୀର ପାଇଁ ନିର୍ମାଣ କାରୀ ବ୍ଲକ ଭାବରେ ଜଣାଶୁଣା ଅଟେ । ପ୍ରୋଟିନରେ ଥିବା ଆମିନୋ ଏସିଡ ଆମକୁ ହାନିକାରକ ରୋଗ ଜୀବାଣୁରୁ ସୁରକ୍ଷା ଦେଇଥାଏ । ତେଣୁ, କୋଭିଡ-୧୯ ହେତୁ ପ୍ରୋଟିନ ହ୍ରାସ ହେବାର ଅର୍ଥ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବା ଅଟେ । ଏହିରୋଗ ପ୍ରତିରୋଧକ ଶକ୍ତି ପୁନର୍ଗଠନ କରିବା ପାଇଁ ରୋଗର ଗମ୍ଭୀରତା ଅନୁଯାୟୀ ପ୍ରତିଦିନ ପ୍ରାୟ୭୫ – ୧୦୦ଗ୍ରାମ ପ୍ରୋଟିନର ଏକ ଉଚ୍ଚ ପ୍ରୋଟିନ ଯୁକ୍ତ ଆହାର ପରାମର୍ଶ ଦିଆଯାଏ । ଯେ ହେତୁ ଏକା ଥରକରେ ଆବଶ୍ୟକ ପରିମାଣ ଖାଇବାରେ କୌଣସି ଲାଭହେବ ନାହିଁ, ତେଣୁ ଆପଣଙ୍କର ପ୍ରୋଟିନ ସେବନକୁ ସାରା ଦିନରେ ବିସ୍ତାର କରିବାକୁ ଚେଷ୍ଟା କରନ୍ତୁ ।

ଡାଲି(ମସୁରଡାଲି), କ୍ଷୀର ଏବଂ କ୍ଷୀର ଜାତୀୟ ଉତ୍ପାଦ, ଲିନ ମାଂସ, ଚିକେନ ଏବଂ ମାଛ ପରି ଖାଦ୍ୟରେ ପ୍ରୋଟିନ ଭରପୂର ରହିଥାଏ । ଡାଲି ଏବଂ କ୍ଷୀର ପ୍ରୋଟିନର ଉତମ ଉତ୍ସ ଅଟେ । ଆପଣଙ୍କ ଆହାରରେ ଅଣ୍ଡା ଏବଂ ପନିର ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଆପଣ ସେ ଗୁଡିକୁ ଜଳଖିଆ ପାଇଁ ନେଇ ପାରିବେ କିମ୍ବା ମଧ୍ୟାହ୍ନ ଭୋଜନ ପାଇଁ ଏକ ତରକାରୀ ଭାବରେ ତାହା ରାନ୍ଧି ପାରିବେ । ଆପଣଙ୍କର ଆହାର ଯୋଜନାରେ ଆଲମଣ୍ଡ ପରି ଶୁଖିଲା ଫଳ ବା ନଟ୍‌ସ ମିଶାଇବା ପାଇଁ ଏହା ମଧ୍ୟ ଏକ ଉପଯୁକ୍ତ ସମୟ ଅଟେ । ଆଲମଣ୍ଡରେ ଭିଟାମିନ -ଇ ପ୍ରଚୁର ପରିମାଣରେ ରହିଥାଏ, ଯାହା ଫୁସଫୁସରୋଗ ପ୍ରତିରୋଧକ କାଯ୍ୟକୁ ସମର୍ଥନ କରିବା ପାଇଁ ଆଂଟି ଅକ୍ସିଡାଂଟ ଭାବରେ କାର୍ଯ୍ୟ କରିଥାଏ । ଭିଟାମିନ-ଇ ଭୂତାଣୁଏବଂଜୀବାଣୁ ଦ୍ୱାରାହେଉଥିବାସଂକ୍ରମଣରୁସୁରକ୍ଷା ଦେବା ପାଇଁ ମଧ୍ୟ ଜଣାଶୁଣା ।

ଯେକୌଣସି ପ୍ରକାରରରୋଗରୁମୁକ୍ତି ପାଇବା ପାଇଁ ଆପଣଙ୍କ ଶରୀରକୁ ତରଳ ପଦାର୍ଥ, ମୁଖ୍ୟତଃଜଳ ଦ୍ୱାରାହାଇଡ୍ରେଟକରିବା ଏକ ସବୁଠୁ ଅଧିକା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ବୟସ୍କମାନଙ୍କଠାରେଶରୀରଓଜନର୫୫% ଜଳ ଥାଏଏବଂଏହାମେଟାବୋଲାଇଟକୁ ପୁଣି ପୂର୍ଣ୍ଣକରିବାରେସାହାଯ୍ୟକରେ । ଉଭୟ ଅସୁସ୍ଥତା ଏବଂ ପୁନରୁଦ୍ଧାର ପର୍ଯ୍ୟାୟରେଉତମହାଇଡ୍ରେସନ ପାଇଁଜଳବ୍ୟତୀତସୁପ, ପଇଡ ପାଣି, ତାଜାଚୂନ ପାଣି, ଶେକଭଳି ତରଳ ପଦାର୍ଥରମାତ୍ରାବୃଦ୍ଧିକରିବାକୁ ପରାମର୍ଶ ଦିଆଯାଇଛି ।

ଆପଣଙ୍କର ଭିଟାମିନ-ସିଏବଂଜିଙ୍କର ଦୈନିକଖୋରାକ ପାଇବା ପାଇଁ ଆପଣ ପ୍ରଚୁର ପରିମାଣରେ ଫଳ, ପନିପରିବାଏବଂ ଆଲମଣ୍ଡ ଭଳି ନଟ୍‌ସଖାଇ ମଧ୍ୟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିବଢାଇ ପାରିବେ । ପ୍ରତିରୋଧକ ପ୍ରଣାଳୀରେଜିଙ୍କ ଏକ ପ୍ରମୁଖଭୂମିକାଗ୍ରହଣକରିଥାଏବୋଲିଜଣାଶୁଣାଏବଂ ଅନ୍ତର୍ନିହିତ ପ୍ରତିରକ୍ଷା, ନିଉଟ୍ରାଫିଲ୍ସଏବଂ ପ୍ରାକୃତିକଘାତକକୋଷଗୁଡିକୁ ପ୍ରଭାବିତକରୁଥିବାକୋଷଗୁଡିକରସାଧାରଣବିକାଶଏବଂକାର୍ଯ୍ୟ ପାଇଁଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଅଧିକନ୍ତୁ, ଓøଷଧର ମାତ୍ରା ଅଧିକ ହେତୁ ପୁନରୁଦ୍ଧାରେ ଥିବାରୋଗୀମାନେ ବହୁତଭୋକିଲା ଅନୁଭବ କରନ୍ତି । ତୃପ୍ତିକାରକଗୁଣ ଥିବାଯୋଗୁଁ ଆଲମଣ୍ଡ ଅସ୍ୱାସ୍ଥ୍ୟକର ସ୍ନାକ୍ସ ବଦଳରେ ଏକ ଭଲ ବିକଳ୍ପହୋଇପାରେ ଯାହାଭୋଜନ ମଧ୍ୟରେଜଣେବ୍ୟକ୍ତିଙ୍କୁ ପୂର୍ଣ୍ଣରଖିବାରେସାହାଯ୍ୟକରେ । ଲିଡସବିଶ୍ୱବିଦ୍ୟାଳୟ ଦ୍ୱାରା ନିକଟରେକରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଆଲମଣ୍ଡସ୍ନାକକରିବା ଦ୍ୱାରା ଅନ୍ୟ ଉଚ୍ଚ ଚର୍ବିଯୁକ୍ତଖାଦ୍ୟ ଖାଇବା ପାଇଁ ଅବଚେତନ ଇଚ୍ଛା(“ଅନ୍ତର୍ନିହିତଇଚ୍ଛା”) ମଧ୍ୟ ଚାପିହୋଇଯାଏ । ଗ୍ଲାଇସେମିକଇଣ୍ଡେକ୍ସ’ରେ ଆଲମଣ୍ଡ ନିମ୍ନରେ ଥାଏଏବଂଏହାକ୍ଷୁଧା ସହିତଲଢିବାପ୍ରୋଟିନ ଭଳିଶକ୍ତଶାଳୀପୋଷକତତ୍ୱ, ଫିଲିଙ୍ଗ ଫାଇବର, ଉତମଫ୍ୟାଟଏବଂଭିଟାମିନ ଇ, ମ୍ୟାଗ୍ନେସିୟମଏବଂପୋଟାସିୟମ ପରିଗୁରୁତ୍ୱପୂର୍ଣ୍ଣଭିଟାମିନ ଏବଂଖଣିଜ ପଦାର୍ଥଧାରଣକରିଥାଏ । ଅନ୍ୟାନ୍ୟ ସ୍ୱାସ୍ଥ୍ୟକରସ୍ନାକ୍ସରେଗଜାମୁଗ, ତାଜା ଫଳ, ସିଝାମକାଇତ୍ୟାଦି ଅନ୍ତର୍ଭୁକ୍ତ ।

ଷ୍ଟେରଏଡବ୍ୟବହାର କୋଭିଡ-୧୯ ପାଇଁଚିକିତ୍ସାତରିକାମଧ୍ୟରୁଗୋଟିଏହୋଇଥିବାଯୋଗୁଁଏହାରବ୍ୟବହାରହାଇପରଗ୍ଲାଇସେମିଆରକାରଣହୋଇଥାଏଏବଂ ଅନିୟନ୍ତ୍ରିତ ହେଲେକୋଭିଡ ପରବର୍ତୀଜଟିଳତାସୃଷ୍ଟିକରିପାରେ । ତେଣୁଉଭୟକୋଭିଡ’ରଚିକିତ୍ସାଏବଂ ପୁନରୁଦ୍ଧାର ପରବର୍ତୀସମୟରେ ଏକ ଦୃଢ ରକ୍ତ ଶର୍କରା ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ରକ୍ତରେଶର୍କରାସ୍ତରକୁ ନିୟନ୍ତ୍ରଣକରିବାପାଇଁ ଆହାର ଏବଂଜୀବନଶୈଳୀରେ ପରିବର୍ତନ ଗୁରୁତ୍ୱପୂର୍ଣ୍ଣ ।


Share It

Comments are closed.