ଗଞ୍ଜେଇ ସହ ୩ ଜଣ ଆଇ.ଆର୍.ବି ଯବାନ ଗିରଫ
କଣ୍ଟାମାଳ, ବୌଦ୍ଧ: ଅବୈଧ ଗଞ୍ଜେଇ ଚାଲାଣ ବିରୁଦ୍ଧ ଜୋରଦାର କାର୍ଯ୍ୟାନୁଷ୍ଠାନ ଜାରି ରଖି ମନମୁଣ୍ଡା ପୋଲିସ୍ ଏକ ବଡ଼ ସଫଳତା ହାସଲ କରିଛି। ପୋଲିସ୍ ଅଭିଯାନରେ ୧୫ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି ଏବଂ ୩ ଜଣ ଆଇ.ଆର୍.ବି (ଇଣ୍ଡିଆ ରିଜର୍ଭ ବାଟାଲିୟନ୍) ଯବାନଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି।
ଏହି ଅଭିଯାନ ମନମୁଣ୍ଡା ପୋଲିସ୍ ବାରାକ୍ ଭିତରେ ଚାଲିଥିବା ଗଞ୍ଜେଇ ଚାଲାଣ ର ଚଢ଼ାଉ ଅନୁଷ୍ଠାନ ସମୟରେ ଜରି କରାଯାଇଥିଲା। ଏହି ଘଟଣା ସମ୍ବନ୍ଧରେ ବୌଦ୍ଧ ଏସ୍.ପି ରାହୁଲ ଗୋଏଲ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ଏହି ଅଭିଯାନ ଅଗ୍ରଗତି ରେ ରହିଛି ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସଂଯୋଗଗୁଡ଼ିକୁ ଖୋଜାଯାଉଛି।
ବୌଦ୍ଧ ଜିଲ୍ଲା ପୋଲିସ୍ ଅବୈଧ ମାଦକ ଦ୍ରବ୍ୟ ବ୍ୟବସାୟ ବିରୋଧରେ ଅଗ୍ରସର ହୋଇ ଅଭିଯାନ ଜାରି ରଖିବ।
Comments are closed.