ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ
ପୁଣି ଡରାଇଲା କୋଭିଡ଼ର ନୂଆ ଭାରିଏଣ୍ଟ ଓମିକ୍ରନ୍। ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଏନେଇ ଆଏଲଏସ୍ ପକ୍ଷରୁ ସ୍ଵାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି।
ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଡିସେମ୍ବର ୨୩ରେ ୨ ଜଣ, ଡିସେମ୍ବର ୨୬ରେ ୪ ଜଣ, ଡିସେମ୍ବର ୨୯ ରେ ଜଣେ, ଡିସେମ୍ବର ୩୦ରେ ୫ ଜଣ, ଜାନୁଆରୀ ୨ରେ ୨୩ ଜଣ, ଜାନୁଆରୀ ୫ରେ ୨୪ଜଣ ଏବଂ ଜାନୁଆରୀ ୮ରେ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭୫କୁ ବୃଦ୍ଧି ହୋଇଥିଲେ।ସୋମବାର ୨୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।
Comments are closed.