ବର୍ଷକରେ ୨୩୦ଟି ଦୁର୍ନୀତି ମାମଲା ରୁଜୁ

Share It

ଭୁବନେଶ୍ୱର,୩୦/୦୩:ବର୍ଷକରେ ୨୩୦ ସରକାରୀ ଅଧିକାରୀ/କର୍ମଚାରୀଙ୍କ ନାଁରେ ଦୁର୍ନୀତି ମାମଲା।ଗୃହରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଚଳିତ ଆର୍ଥିକ ବର୍ଷ ଏପ୍ରିଲ 2025 ଠାରୁ ମାର୍ଚ୍ଚ 2026 ସୁଦ୍ଧା ରାଜ୍ୟରେ 230 ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି।ସେଥିମଧ୍ୟରୁ 52 ଜଣ ପ୍ରଥମ ଶ୍ରେଣୀ ଏବଂ 41 ଜଣ ଦ୍ୱତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି।ଏହି ସମୟ ଭିତରେ 206 ଟି ମାମଲା ବିଚାର ଶେଷ ହୋଇଥିବା ବେଳେ 102 ଜଣ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଓ 23 ଜଣ କର୍ମଚାରୀ ଙ୍କୁ ଚାକିରୀ ରୁ ବହିସ୍କୃତ କରାଯାଇଛି।ସେହିଭଳି ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଭିଜିଲାନ୍ସ ଚଢ଼ାଉ ସମୟରେ 10 କୋଟି 27 ଲକ୍ଷ 21 ହଜାର 937 ନଗତ ଟଙ୍କା ଜବତ ହୋଇଛି।ଏଥିସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ 4.76 କୋଟି ଟଙ୍କାର ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି।


Share It

Comments are closed.