ଖୁବ ଶୀଘ୍ର ରାଜ୍ୟରେ ୧୦ଟି ବିଭାଗରେ ପୂରଣ ହେବ ୨୨,୮୯୬ ପଦବୀ
ଖୁବ ଶୀଘ୍ର ଓଡିଶାରେ ୨୨, ୮୯୬ ପଦବୀ ପୂରଣ ହେବାକୁ ଯାଉଛି । ରାଜ୍ୟର ୧୦ଟି ବିଭାଗ ଅନ୍ତର୍ଗତ ଗ୍ରୁପ ସି ର ଖାଲି ପଡିଥିବା ୨୨, ୮୯୬ ପଦବୀ ପୂରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ନିର୍ଦ୍ଦେଶରେ ଦର୍ଶଯାଇଛି ନିଯୁକ୍ତ ପ୍ରକ୍ରିୟା ଅଗଷ୍ଟ ୩୧ ସୁଧା ଶେଷ ହେବ ।
ଖାଲି ଥିବା ପଦବୀ ଗୁଡିକ ମଧ୍ୟରେ ୮,୩୫୮ ପଦବୀ କେବଳ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗର ପୂରଣ କରାଯିବ । ଏହା ବ୍ୟତିତ ୪୦୪୨ ପଦବୀ ପଂଚାୟତ ରାଜ ବିଭାଗ ଏବଂ ୩,୬୭୭ ପଦବୀ କେବଳ ସ୍ୱାସ୍ଥ୍ୟ ବିଭାଗର ପୂରଣ କରା ଯିବ ।
ରାଜ୍ୟରେ ୧୦ଟି ବିଭାଗରେ ୪୪,୯୦୯ ପଦବୀ ଖାଲି ଥିବାବେଳେ ୨୨, ୮୯୬ ପଦବୀ ଖୁବ ଶୀଘ୍ର ପୂରଣ କରାଯିବ ।
Comments are closed.